ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଖୁସି ଖବର । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ବିଭିନ୍ନ ଗ୍ରୁପ୍ ବି ଓ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ପରୀକ୍ଷା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ୧୭ ନଭେମ୍ବର ୨୦୨୩ ରୁ ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ AIIMS ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ତାରିଖ?
AIIMS ନଭେମ୍ବର ୧୭ ରୁ ଗ୍ରୁପ୍ ବି ଓ ସି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ୧ ଡିସେମ୍ବର ୨୦୨୩ ସ୍ଥିର କରାଯାଇଛି । ଶେଷ ଦିନ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ପଞ୍ଜୀକରଣ ସମ୍ପୂର୍ଣ୍ଣ ହୋଇପାରିବ ।
ଡିସେମ୍ବରରେ ପ୍ରକାଶ ପାଇବ ଆଡମିଟ୍ କାର୍ଡ
ପ୍ରାର୍ଥୀମାନଙ୍କ ଦ୍ୱାରା ପୂରଣ ହୋଇଥିବା ଆବେଦନଗୁଡ଼ିକ ୫ ଡିସେମ୍ବର ୨୦୨୩ ସୁଦ୍ଧା ନିଶ୍ଚିତ ହେବ । ଏହାପରେ, ୧୨ ଡିସେମ୍ବର ୨୦୨୩ ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରଦାନ କରାଯିବା ପରେ ୧୮ ଡିସେମ୍ବର ଓ ୨୦ଡିସେମ୍ବର ୨୦୨୩ ରେ ଦେଶର ସମସ୍ତ ପ୍ରମୁଖ ସହରରେ ପରୀକ୍ଷା କରାଯିବ ।