You are currently viewing ଥରେ ଚାର୍ଜ କଲେ ଯିବ ୧୦୦ କିଲୋମିଟର, ଜାଣନ୍ତୁ ଏହି ଇଲେକ୍ଟ୍ରି ଯାନର ଦାମ ଓ ଫିଚର

ଥରେ ଚାର୍ଜ କଲେ ଯିବ ୧୦୦ କିଲୋମିଟର, ଜାଣନ୍ତୁ ଏହି ଇଲେକ୍ଟ୍ରି ଯାନର ଦାମ ଓ ଫିଚର

ନୂଆଦିଲ୍ଲୀ-୦୫/୦୩, ପରିବେଷ ପ୍ରଦୂଷଣକୁ ରୋକିବା ପାଇଁ ଇଲେକ୍ଟ୍ରିକ ଯାନ ବ୍ୟବହାର କରିବାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ଭାରତୀୟ ବଜାରରେ ଇଲେକ୍ଟ୍ରିକ ଗାଡିର ଚାହିଦା ବଢ଼ାଇବା ପାଇଁ ଏହି ଯାନ ସହ ଏଥିରେ ବ୍ୟବହୃତ ହେଉଥିବା ବ୍ୟାଟେରୀରେ ରିହାତି ଦେଉଛନ୍ତି ସରକାର । ତେଲଦର ବଢ଼ୁ ଥିବାବେଳେ ଇଲେକ୍ଟ୍ରିକ ଯାନ ଲୋକମାନଙ୍କ ପାଇଁ ଏକ ସହଜ ବିକଳ୍ପ ହୋଇପାରେ । ତେବେ ଏବେ ଧିରେ ଧିରେ ଲୋକମାନଙ୍କ ମଧ୍ୟରେ ଇଲେକ୍ଟ୍ରି ଯାନ ପାଇଁ ଉତ୍ସାହ ଦେଖିବାକୁ ମିଳୁଛି । ମାର୍କେଟରେ ବର୍ତ୍ତମାନ ବିଭିନ୍ନ ପ୍ରକାର ନୂଆ ଡିଜାଇନ୍ ଗାଡ଼ି ଆସିବାରେ ଲାଗିଛି।

ଏହି ଯାନଗୁଡିକ ଭଲ ମାଇଲେଜ୍ ମଧ୍ୟ ଦେଉଛି। ଯଦି ଆପଣ ଏକ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଇଲେକ୍ଟ୍ରିକ ସ୍କୁଟର ବିଷୟରେ କହିବାକୁ ଯାଉଛୁ, ଯାହା ଭଲ ମାଇଲେଜ ଦେଉଛି । ଏହି ସ୍କୁଟର ଟି ହେଉଛି ଗ୍ରେଟା ଇଲେକ୍ଟ୍ରିକ୍ ସ୍କୁଟର । ତେବେ ଏହି ସ୍କୁଟର ପାଇଁ ବୁକିଂ ଆରମ୍ଭ ହୋଇସାରିଛି । ଆପଣ ଚାହିଁଲେ ଏହାକୁ ବର୍ତ୍ତମାନ ବୁକିଂ କରିପାରିବେ। କାରଣ ଗ୍ରେଟା ଗ୍ଲାଇଡ୍ ଇଲେକ୍ଟ୍ରିକ୍ ସ୍କୁଟର ପ୍ରି-ବୁକ୍ ହୋଇଥିବା ସ୍କୁଟରରେ ୬,୦୦୦ ଟଙ୍କା ଏବଂ ସ୍ପଟ୍ ବୁକ୍ ହୋଇଥିବା ସ୍କୁଟରରେ ୨,୦୦୦ ଟଙ୍କା ଅଫର ଦେଉଛି ।


ଆସନ୍ତୁ ଜାଣିବା ଏହାର ଫିଚର୍ସ:
ଭାରତୀୟ ବଜାରରେ ଲଞ୍ଚ ହୋଇଯାଇଛି ଗ୍ରେଟା ଇଲେକ୍ଟ୍ରିକ୍ ସ୍କୁଟର । ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ରହିଛି ୮୦,୦୦୦ ଟଙ୍କା। ଏହି ଗ୍ରେଟା ଗ୍ଲାଇଡ୍ ଇଲେକ୍ଟ୍ରିକ୍ ସ୍କୁଟର ଥରେ ଫୁଲ୍ ଚାର୍ଜ କଲେ ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଏହି ସ୍କୁଟରରେ ଲିଥିୟମ୍-ଆୟନ ବ୍ୟାଟେରୀ ଉପଲବ୍ଧ। ଏହି ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ପ୍ରାୟ ୨.୫ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଫାଷ୍ଟ ଚାର୍ଜିଂ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗ୍ରେଟା ବ୍ୟାଟେରୀ ପ୍ୟାକ୍ ଉପରେ ତିନି ବର୍ଷର ୱାରେଣ୍ଟି ମଧ୍ୟ ପ୍ରଦାନ କରୁଛି। ବ୍ୟାଟେରୀ ବିକଳ୍ପ ଅନୁଯାୟୀ ସ୍କୁଟରର ମୂଲ୍ୟ ଏବଂ ମାଇଲେଜ୍ ଭିନ୍ନ ହୋଇଥାଏ। ସ୍କୁଟରରେ ରିଭର୍ସ ଡ୍ରାଇଭ୍ ମୋଡ୍ ଏବଂ ଥ୍ରୀ-ସ୍ପିଡ୍ ଡ୍ରାଇଭ୍ ମୋଡ୍ ମଧ୍ୟ ରହିଛି।

ଏହା ସହିତ, ରାଇଡରର ସୁବିଧା ପାଇଁ ମାଇଁ ଭେଇକିଲ୍ ଆଲାର୍ମ, ବ୍ଲାକ୍ ଲେଥେରେଟ୍ ସିଟ୍ କଭର ଏବଂ ୟୁଏସବି ଭଳି ଫିଚର୍ ଏହି ଗାଡ଼ିରେ ରହିଛି। ଏହି ସ୍କୁଟରର ରଙ୍ଗ ବିଷୟରେ କହିବାକୁ ଗଲେ ଇଲେକ୍ଟ୍ରିକ୍ ସ୍କୁଟରର ଷ୍ଟାଇଲିସ୍ ଲୁକ୍କୁ ସହିତ ଏହି ଗାଡ଼ି ସାତୋଟି ରଙ୍ଗ ସହିତ ମାର୍କେଟରେ ଲଞ୍ଚ ହୋଇଛି। ଏହି ଗାଡ଼ି, ଗ୍ରେ, ଓରେଞ୍ଜ, ସ୍କାରଲେଟ୍ ରେଡ୍, ରୋଜ୍ ଗୋଲ୍ଡ, କ୍ୟାଣ୍ଡି ହ୍ୱାଇଟ୍ ଏବଂ ଜେଟ୍ ବ୍ଲାକ୍ ଭଳି ରଙ୍ଗରେ ମାର୍କେଟରେ ଉପଲବ୍ଧ ।

ଅନ୍ୟମାନଙ୍କୁ ଜଣାନ୍ତୁ।