pvc-card

ଘରେ ବସି ୫୦ ଟଙ୍କାରେ ପାଇ ପାରିବେ ପିଭିସି ଆଧାରକାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ

ଆଜିକାଲି ସବୁ କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ରହିଛି । କିନ୍ତୁ କାଗଜରେ ପ୍ରସ୍ତୁତ ହୋଇଥିବା ଆଧାରକାର୍ଡ ସବୁ ସମୟରେ ଧରି ବୂୁଲିବା ସହଜ ନୁହେଁ । ଏନେଇ ଆଜି ଆମେ ଆପଣଙ୍କୁ ପିଭିସି (PVC) ଆଧାରକାର୍ଡ ବିଷୟରେ କହିବାକୁ ଯାଉଛୁ, ଯାହା ମାତ୍ର ୫୦ ଟଙ୍କାରେ ଅନଲାଇନ୍ ରେ ତିଆରି କରିହେବ । ଏହି ଆଧାରକାର୍ଡ ଇଣ୍ଡିଆନ ପୋଷ୍ଟ ମାଧ୍ୟମରେ ଆପଣ ଦେଇଥିବା ଠିକଣାରେ ପହଞ୍ଚିଥାଏ । ଧ୍ୟାନରଖନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ଦୋକାନ କିମ୍ବା ସାଇବର୍‌କେଫ୍ କୁ ଯିବାକୁ ପଡିବ ନାହିଁ ।

UIDAI ର ଅଫିସିଆଲ୍ ୱେବସାଇଟ୍ କୁ ଯାଇ କୌଣସି ବ୍ୟକ୍ତି ନିଜର ଏବଂ ପରିବାର ସଦସ୍ୟଙ୍କର ପିଭିସି ଆଧାରକାର୍ଡ ଅର୍ଥାତ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିବା ଆଧାରକାର୍ଡ ଆବେଦନ କରିପାରିବେ । ଏଥିରେ ମଧ୍ୟ ହୋଲୋଗ୍ରାମ ଆଦି ରହିଥାଏ, ଯାହକୁ ଆପଣ ସବୁ କ୍ଷେତ୍ରରେ ବ୍ୟବହାର କରିପାରିବେ । ଏହି ଆଧାରକାର୍ଡ ଆବେଦନକରିବା ପାଇଁ ଆପଣଙ୍କୁ ମାତ୍ର ୫ ମିନିଟ୍ ଲାଗିବ । ତେବେ ଜାଣନ୍ତୁ ପିଭିସି ଆଧାରକାର୍ଡ ଆବେଦନ କରିବାର ପ୍ରୋସେସ୍ ।

AADHAR-PVC

ପିଭିସି ଆଧାରକାର୍ଡକୁ ଆପଣ ଏଟିଏମ୍‌, ଅଫିସ୍ ଆଇକାର୍ଡ କିମ୍ବା ଡେବିଟ୍ କାର୍ଡ ଭଳି ନିଜ ପର୍ସରେ ରଖିପାରିବେ । ଏଥିରେ ଅନେକ ଲାଟେଷ୍ଟ ସିକ୍ୟୋରିଟି ଫିଚର୍ସ ମଧ୍ୟ ରହିଛି । ସେହିଭଳି ନୂତନ ପିଭିସି ଆଧାରକାର୍ଡରେ କ୍ୟୁଆର କୋଡ୍ ସ୍କାନ କରି ତୁରନ୍ତ ଆପଣଙ୍କ ପ୍ରମାଣପତ୍ରର ସତ୍ୟତା ଜାଣିହେବ ।

ଜାଣନ୍ତୁ କିପରି କରିବେ ଆବେଦନ

.ଅର୍ଡର କରିବା ପାଇଁ ପ୍ରଥମେ ଆପଣଙ୍କୁ ସ୍ମାର୍ଟଫୋନ, ଜିଓ ଫୋନ କିମ୍ବା କମ୍ପ୍ୟୁଟରରେ ଦିଆଯାଇଥିବା ଇଣ୍ଟରନେଟ୍ ବ୍ରାଉଜର୍ ଖୋଲିବାକୁ ପଡ଼ିବ ।
.ଏହାପରେ ଆପଣ ସର୍ଚ୍ଚ ଅପ୍ସନରେ https://residentpvc.uidai.gov.in/order-pvcreprint.php ଟାଇପ୍ କରନ୍ତୁ ।
.ଏବେ ସ୍କ୍ରିନର ଲଗଇନ୍ ତଳେ ଆଧାରକାର୍ଡ ଲେଖା ଆସିବ । ଏହା ତଳେ ଆପଣ ଆଧାରକାର୍ଡ ନମ୍ବର ଏଣ୍ଟ୍ରି କରନ୍ତୁ ।
.ଏହାପରେ security code ଏଣ୍ଟ୍ରି କରନ୍ତୁ, ଯାହା ଡାହାଣ ପାଶ୍ୱର୍ରେ ଲେଖା ହୋଇଥିବାର ଦେଖିପାରିବେ ।
.ଏହା ତଳେ ପୁଣିଏକ ବକ୍ସ ଆପଣ ଦେଖିବାକୁ ପାଇବେ, ଏଥିରେ my mobile number is not registered ଲେଖା ହୋଇଥିବ, ତେଣୁ ଏହି ବକ୍ସକୁ ଆପଣ ସେହିସମୟରେ କ୍ଲିକ୍ କରିବେ ଯେତେବେଳେ ଆପଣଙ୍କ ପାଖରେ ରେଜିଷ୍ଟର ମୋବାଇଲ୍ ନମ୍ବର ନଥିବ ।
.ଏହାପରେ ମୋବାଇଲ୍ ନମ୍ବର ଏଣ୍ଟ୍ରି କରି ଓଟିପି ଉପରେ କ୍ଲିକ୍ କରନ୍ତୁ । ଏହାପରେ ଓଟିପି ଏଣ୍ଟ୍ରି କରନ୍ତୁ ।
.ଏହାପରେ ଆପଣଙ୍କୁ ପେମେଣ୍ଟ କରିବା ପାଇଁ ବିକଳ୍ପ ଆସିବ, ଯେଉଁଥିରେ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡିବ ।
ଏହି ପ୍ରକ୍ରିୟା ପୁରା ହେବା ପରେ ମାତ୍ର୨ ସପ୍ତାହ ମଧ୍ୟରେ ଆପଣ ଦେଇଥିବା ଠିକଣାରେ ପିଭିସି ଆଧାରକାର୍ଡ ସ୍ପିଡ୍‌ପୋଷ୍ଟ ଜରିଆରେ ପହଞ୍ଚିଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।