utkal university

ଯୁବପିଢ଼ୀଙ୍କ ପାଇଁ ଖୁସି ଖବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି 

ଚାକିରି ପାଇଁ ଆଶାୟୀ ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସୁଯୋଗ। ରାଜଧାନୀ ଭୁବନେଶ୍ୱରର ବାଣୀବିହାରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। ସୂଚନା ଅନୁଯାୟୀ ଏବେ ବିଶ୍ୱବିଦ୍ୟାଳୟରେ ଫିଲ୍ଡ ଇନଭେଷ୍ଟିଗେସନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ।

ଆବେଦନକାରୀ ପାର୍ଥୀଙ୍କ ନିଯୁକ୍ତି ପରେ ଦରମା ହାର ୩୫ ହଜାର ୪୦୦ ରୁ ୧ଲକ୍ଷ ୧୨ ହଜାର ୪୦୦ (Level-9)) ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଶିକ୍ଷାଗତ ଯୋଗ୍ୟତାରେ ଡେମୋଗ୍ରାଫି, ପପୁଲେସନ ଷ୍ଟଡିଜ, ଷ୍ଟାଟିଷ୍ଟିକକ୍ସ, ଇକୋନୋମିକ୍ସ, ମାଥମେଟିକ୍ସ, ସୋସିଓଲୋଜି, ସୋସିଆଲ ୱାର୍କ, ସାଇକୋଲୋଜି, ମନୁଷ୍ୟ ଜାତି ବିଜ୍ଞାନ, ଭୂଗୋଳ ଆଦିରେ ଦ୍ୱିତୀୟ ଶ୍ରେଣୀରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

utkal-universityପ୍ରାର୍ଥୀଙ୍କର କଲେକ୍ସନ / ଆନାଲିସିସ ଓ ରିପୋର୍ଟ ରାଇଟିଂ କ୍ଷେତ୍ରରେ ୩ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ଉଚ୍ଚ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ଏହି ନିୟମ କୋହଳ କରାଯିବ। ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ଏହା ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ନିଜର ଆପ୍ଲିକେସନ ‘ଡେପୁଟି ଡାଇରେକ୍ଟର, ପପୁଲେସନ ରିସର୍ଚ୍ଚ ସେଣ୍ଟର, ଉତ୍କଳ ୟୁନିଭରସିଟି, ବାଣୀ ବିହାର, ଭୁବନେଶ୍ୱର-୭୫୧୦୦୪’ରେ ନଭେମ୍ବର ମାସ ୧୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନ କରିପାରିବେ।

ନୋଟିଫିକେସନ ଲିଙ୍କ: https://utkaluniversity.ac.in/wp-content/uploads/2023/10/edpdf_PDF_DEST_…

ଅନ୍ୟମାନଙ୍କୁ ଜଣାନ୍ତୁ।