You are currently viewing ସିଲିଣ୍ଡର ପିଛା ୨୫ଟଙ୍କା ମହଙ୍ଗା ହେଲା ରନ୍ଧନ ଗ୍ୟାସ

ସିଲିଣ୍ଡର ପିଛା ୨୫ଟଙ୍କା ମହଙ୍ଗା ହେଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ-୦୧.୦୯.୨୦୨୧, ମାସର ପ୍ରଥମ ଦିନରେ ମହଙ୍ଗା ହେଲା ସିଲିଣ୍ଡର । ବଢ଼ିଲା ଘରୋଇ ଏଲ୍‌ପିଜି  ସିଲିଣ୍ଡର ଦର। ଅଣ ସବସିଡ୍ ଯୁକ୍ତ ଘରୋଇ ଏଲ୍‌ପିଜି  ଗ୍ୟାସ୍ ସିଲିଣ୍ତର ଦାମ୍ ୨୫ ଟଙ୍କା ବୃଦ୍ଧି ପାଇଛି । ଏହାପୂର୍ବରୁ ଅଗଷ୍ଟ ୧୮ରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୨୫.୫୦ ପଇସା ବୃଦ୍ଧି ପାଇଥିଲା । ବର୍ଦ୍ଧିତ ଦର ଅନୁଯାୟୀ ଏବେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଖାଉଟିଙ୍କୁ ୮୮୪.୫ ଟଙ୍କା ଦେବାକୁ ପଡିବ। ସେହିପରି କୋଲ୍କାତାରେ ଉକ୍ତ ସିଲିଣ୍ଡର ମୂଲ୍ୟ ୯୧୧ ଟଙ୍କା । ୨୦୨୧ ବର୍ଷ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ମାସରେ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କା ଥିଲା । କିନ୍ତୁ ଏହା ବର୍ତ୍ତମାନ ବୃଦ୍ଧି ପାଇ ୮୮୪ ଟଙ୍କା ୫୦ ପଇସା ହୋଇଛି । ଗତ ୯ ମାସ ମଧ୍ୟରେ ଏଲ୍‌ପିଜି  ସିଲିଣ୍ଡର ମୂଲ୍ୟରେ ୧୯୦ ଟଙ୍କା ୫୦ ଯାଏଁ ବୃଦ୍ଧି କରାଗଲାଣି ।

ଅନ୍ୟମାନଙ୍କୁ ଜଣାନ୍ତୁ।