You are currently viewing ଗୁଗୁଲ-ପେ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍

ଗୁଗୁଲ-ପେ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍

ନୂଆଦିଲ୍ଲୀ ୦୨/୧୨: ବୃଦ୍ଧି ପାଉଛି ଡିଜିଟାଲ ପେମେଣ୍ଟର ଲେଣ ଦେଣ ପ୍ରକ୍ରିୟା ।ବର୍ତ୍ତମାନ ଅଧିକାଂଶ ଲୋକ ଅନ୍ଲାଇନ୍ ପେମେଣ୍ଟକରିବାକୁ ସୁରକ୍ଷିତ ମନେ କରୁଛନ୍ତି । ଛୋଟ ଛୋଟ କାମ ପାଇଁ ଆମକୁ ଯେଉଁଠି ବେଶି ସମୟ ଦେବାକୁ ପଡ଼ୁଥିଲା, ଏବେ ସେହି କାମ କେଇ ମିନିଟରେ ହୋଇପାରୁଛି। ତେବେ ଅନେକ ସମୟରେ ଡିଜିଟାଲ ବ୍ୟବସ୍ଥାରେ RBI ମଧ୍ୟ ଅନେକ ନିୟମ ପରିବର୍ତ୍ତନ କରିଥାଏ। ଯାହା ଦ୍ୱାରା ଆମ ପେମେଣ୍ଟ ବ୍ୟବସ୍ଥା ସୁରକ୍ଷିତ ଭାବେ ହୋଇପାରି
ଆସନ୍ତା ନୂଆବର୍ଷ ୨୦୨୨ ମସିହା ଜାନୁଆରୀ ୧ ରେ ଗୁଗୁଲ -ପେକୁ ନେଇ  RBI ଏକ ନୂଆ ନିଷ୍ପତ୍ତି ପ୍ରଣୟନ କରିବାକୁ ଯାଉଛି। ଗୁଗଲର ଏହି ନିୟମ ଗୁଗଲ ଆଡ, ଗୁଗଲ ପ୍ଲେ ଷ୍ଟୋର, ୟୁ-ଟ୍ୟୁବ ଉପରେ ମଧ୍ୟ ଲାଗୁ ହେବ।
ଏହି ନିୟମ ଅନୁଯାୟୀ, ଗୁଗଲ ପେର ମାନୁଆଲ ପେମେଣ୍ଟରେ କିଛି ପରିବର୍ତ୍ତନ ଆସିବ ।

୨୦୨୨ ମସିହା ୧ ଜାନୁଆରୀରୁ ଗୁଗଲ-ପେ ନିଜ ବ୍ୟବହାରକାରୀଙ୍କର କାର୍ଡ ଡିଟେଲ୍ସର ଡାଟା ସେଭ କରିବ ନାହିଁ। ଏହା ପୂର୍ବରୁ ଗୁଗଲ ଆପଣଙ୍କ କାର୍ଡ ସହ ଜଡ଼ିତ ସମସ୍ତ ତଥ୍ୟକୁ ଯେପରି କି ବ୍ୟାଙ୍କର ନାମ, କାର୍ଡ ନମ୍ବର.ଏକ୍ସପାରୀ ଡେଟ୍କୁ ନିଜ ସର୍ଭରରେ ସେଭ କରି ରଖୁଥିଲା।ନୂଆ ନିୟମ ଅନୁଯାୟୀ, ଗୁଗଲ ପେରେ ପେମେଣ୍ଟ କରିବା ସମୟରେ ନିଜେ ନିଜ କାର୍ଡ ଡିଟେଳ୍ସକୁ ପୁଣି ଥରେ ଦାୟର କରିବେ।  RBIର ନିର୍ଦ୍ଦେଶ ଅନୁସାରେ ଏହି ନିୟମ ଦ୍ୱାରା ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହେବାର ସମସ୍ୟା ଦୂର ହେବ। ବିଶେଷ କରି ସାଇବର ଠକାମିର ଶିକାରରୁ ବର୍ତ୍ତିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି। ଏହି ନିୟମ ଅନୁଯାୟୀ ଯେଉଁମାନେ ମାଷ୍ଟରକାର୍ଡ ବ୍ୟବହାର କରୁଛନ୍ତି ସେମାନେ ଏକ ନୂଆ ଫର୍ମାଟରେ ନିଜ କାର୍ଡ ଡିଟେଲ୍ସକୁ ସେଭ କରିବେ। ଏଥିପାଇଁ ନୂଆ ପ୍ରାଧିକୃତ କରିବାକୁ ହେବ। ଏହି ନିୟମ ଆସନ୍ତାବର୍ଷ ୨୦୨୨ ଜାନୁଆରୀ ୧ ରୁ ଲାଗୁ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।