You are currently viewing ଆଧାରର ଅନ୍‌ଲାଇନ୍ ସେବା

ଆଧାରର ଅନ୍‌ଲାଇନ୍ ସେବା

ଭୁବନେଶ୍ୱର (୩.୯.୨୨) : ମୋବାଇଲରୁ ଆଧାର କାର୍ଡରେ ନାମ ଠିକଣା ଏବଂ ଜନ୍ମତାରିଖ ପରିବର୍ତ୍ତନ କରନ୍ତୁ । ଯଦି ଆପଣଙ୍କ ଆଧାର କାର୍ଡରେ ତ୍ରୃଟି ଅଛି ତେବେ ତାହାକୁ ଆପଣ ନିଜେ ସଂସୋଧନ କରିପାରିବେ । ଏଥିପାଇଁ ଆପଣଙ୍କ ଆଧାର କେନ୍ଦ୍ରରେ ଲମ୍ବା ଲାଇନ୍ ଦେବାକୁ ପଡିବନି । ଏହାର ସମାଧାନ ସରକାର କରିଛନ୍ତି । ୟୁଡିଆଇ ଦ୍ୱାରା କୁହାଯାଇଛି ଆପଣ ନିଜେ ଆଧାର କାର୍ଡରେ ସଂସୋଧନ କରିପାରିବେ । ୟୁଆଇଡିଏଆଇ ଦ୍ୱାରା ଏକ ଟ୍ୟୁଟ୍‌ରେ କୁହାଯାଇଛି ଆପଣ ସଂସୋଧନ କରିବା ବେଳେ ଆପଣଙ୍କୁ ଓଟିପି ଆସିବ ଯାହା ଦ୍ୱାରା ଆପଣ ସହଜରେ ସଂଶୋଧନ କରିପାରିବେ । ଏଥି ପାଇଁ ଆପଙ୍କୁ ଅନଲାଇନ୍‌ରେ ୫୦ ଟଙ୍କା ଦେବାକୁ ପଡିବ । ଯେଉଁମାନଙ୍କର ଆଧାରରେ ମୋବାଇଲ ଲିକ୍ ହୋଇନାହିଁ ତାହା ଦ୍ୱାର ଆଣଙ୍କୁ ଆଧାର କେନ୍ଦ୍ର ଯାଇ ପ୍ରଥମେ ଲିଙ୍କ କରିବାକୁ ପଡିବ । ଆଧାରକାର୍ଡରେ ସବୁ ଠିକ୍ ରହିବା ଆବଶ୍ୟକ । କାରଣ ସରକାରଙ୍କ ସବୁ କାମରେ ଆଧାରର ବ୍ୟବହାର କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।