PM YOJANA

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା: ମାସକୁ ମାତ୍ର ୫୫ ଟଙ୍କା ଜମା କରି ପାଆନ୍ତୁ ୩ହଜାର ପେନସନ୍

ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ବିଷୟରେ ଜଣାଇବୁ । ଏହି ସ୍କିମ୍ରେ ଆପଣ ନିବେଶ କରି ଭବିଷ୍ୟତକୁ ସୁରକ୍ଷିତ ରଖିପାରିବେ । ଭାରତରେ ଏକ ବଡ଼ ବର୍ଗ ରହିଛି, ଯାହା ଅସଂଗଠିତ କ୍ଷେତ୍ର ସହ ଯୋଡି ହୋଇ ରହିଛି । ଏହି ଅସଂଗଠିତ କ୍ଷେତ୍ର ସହ ଯୋଡି ହୋଇ ଥିବା ଲୋକମାନଙ୍କ ସମସ୍ୟାକୁ ଦେଖି ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଆରମ୍ଭ କରିଛନ୍ତି । ଏହି ସ୍କିମ୍ ରେ ନିବେଶ କରି ଅସଂଗଠିତ କ୍ଷେତ୍ର ସହ ଜଡିତ ଥିବା ଲୋକେ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ । ଯଦି ଆପଣ ମଧ୍ୟ ଅସଂଗଠିତ କ୍ଷେତ୍ର ସହ ଯୋଡି ହୋଇ ରହିଛନ୍ତି ତେବେ ଏହି ଯୋଜନା ଜରିଆରେ ଆପଣ ପ୍ରତ୍ୟେକ ଦିନ ୧.୮୦ ଟଙ୍କା ନିବେଶ କରି ପ୍ରତ୍ୟେକ ମାସରେ ୩ହଜାର ଟଙ୍କା ପେନସନ୍ ପାଇପାରିବେ ।

ଯଦି ଆପଣଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ ହୋଇଥାଏ ଏବଂ ଆପଣଙ୍କ ବୟସ ୪୦ ବର୍ଷରୁ କମ ତେବେ ଆପଣ ଏହି ଯୋଜନାରେ ନିବେଶ କରି ପ୍ରତ୍ୟେକ ବର୍ଷ ୩୬ ହଜାର ଟଙ୍କା ପେନସନ୍ ପାଇପାରିବେ । ଏହି ଯୋଜନାରେ ନିବେଶ କରିବା ପାଇଁ ଆପଣଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହି ପଲିସି ଜରିଆରେ ଯେକୌଣସି ଭାରତୀୟ ନାଗରିକ ନିବେଶ କରିପାରିବେ । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ଏହିସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଯଦି ଆପଣ EPFO, ESIFC, NPS କିମ୍ବା ଆୟକର ଜମା କରୁଛନ୍ତି, ତେବେ ଆପଣ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ଯୋଜନାର ଲାଭ ଉଠାଇ ପାରିବେ ।

ଯଦି ଆପଣଙ୍କ ବୟସ ୧୮ ବର୍ଷ ହୋଇଥାଏ ତେବେ ଏହି ଯୋଜନା ମାଧ୍ୟମରେ ଆପଣ ପ୍ରତ୍ୟେକ ମାସରେ ୫୫ ଟଙ୍କା ଜମା କରିବେ । ସେହିଭଳି ଯଦି ଆପଣଙ୍କ ବୟସ ୨୯ ବର୍ଷ ତେବେ ମାସକୁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ ଏବଂ ଯେଉଁମାନେ ୪୦ ବର୍ଷ ପରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ପ୍ରତିମାସରେ ୨୦୦ ଟଙ୍କା ନିବେଶ କରିବାକୁ ପଡ଼ିବ । ଏହି ସ୍କିମ୍ ଅନୁଯାୟୀ ଆପଣଙ୍କୁ ୬୦ ବର୍ଷ ବୟସ ହେବା ପରେ ପ୍ରତି ମାସରେ ୩ହଜାର ଟଙ୍କା ପେନସନ୍ ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।