You are currently viewing କମ ଦାମରେ କିଣନ୍ତୁ Redmiର ଏହି ଦମଦାର ଫୋନ

କମ ଦାମରେ କିଣନ୍ତୁ Redmiର ଏହି ଦମଦାର ଫୋନ

ନୂଆଦିଲ୍ଲୀ -୧୮/୦୩, ରେଡମୀ ହେଉଛି ଭାରତର ଏକ ଲୋକପ୍ରିୟ କମ୍ପାନୀ ।  ଭାରତରେ ରେଡମି ମୋବାଇଲ ଫୋନର ଅନେକ ଗ୍ରାହକ ମଧ୍ୟ ରହିଛନ୍ତି । ଏନେଇ ଏହି କମ୍ପାନୀ ଭାରତରେ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ସ୍ମାର୍ଟଫୋନ ହେଉଛି Redmi 10 ସ୍ମାର୍ଟଫୋନ । ଏହି ଫୋନରେ ଅନେକ ଆକର୍ଷଣୀୟ ଫିଚର୍ସ ମଧ୍ୟ ରହିଛି । ଏହା ସହ ଏହି ଫୋନରେ ୬ ଜିବି RAM ମଧ୍ୟ ଦିଆଯାଇଛି । ସେହିଭଳି ଏଥିରେ ଦମଦାର ପ୍ରୋସେସର ବ୍ୟାଟେରୀ ମଧ୍ୟ ରହିଛି । ସବୁଠାରୁ ବଡ କଥା ହେଲା, ଏହି ଫୋନଟି ଆପଣଙ୍କ ବଜେଟ ଭିତରେ ଆସିବ ସହ ଫୋନଟିକୁ ତିନୋଟି କଲରରେ ଲଞ୍ଚ କରାଯାଇଛି । ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନର ଦାମ ଏବଂ ଫିଚର୍ସ :

Redmi 10 with 6.71″ HD+ display, Snapdragon 680, up to 6GB RAM, 6000mAh  battery launched in India starting at Rs. 10999

Redmi 10 ରେ ୬.୭୧ inchର IPS LCD ସ୍କ୍ରିନ୍ ମିଳିବ । ଏଥିସହ ଡୁଆଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ ୫୦ MP ପ୍ରାଇମେରୀ କ୍ୟାମେରା ରହିଛି । ଏହା ଛଡ଼ା ଫୋନରେ ୨ MPର ଡେପ୍‌ଥ ସେନ୍ସର ମଧ୍ୟ ଦିଆଯାଇଛି । ସେହିଭଳି ୫ MPର ଫ୍ରଣ୍ଟ କ୍ୟାମେରା ରହିଛି । ରେଡମୀ ଏହି ଫୋନକୁ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ କରିଛି । ଷ୍ଟୋରେଜ ଅନୁସାରେ ଫୋନର ଦାମ ମଧ୍ୟ ଭିନ୍ନ ଭିନ୍ନ । ଏହାର ୪ ଜିବି+୬୪ ଜିବି ଷ୍ଟୋରେଜ ଯାହାର ଦାମ ୧୦,୯୯୯ ଟଙ୍କା ଏବଂ ଅନ୍ୟ ଏକ ଭ୍ୟାରିଏଣ୍ଟ ୬ ଜିବି+୧୨୮ ଜିବି ଯାହାର ଦାମ୍ ୧୨,୯୯୯ ଟଙ୍କା ରହିଛି । ଏହି ଫୋନଟି ଡିଭାଇସ Android 11 ଏବଂ MIUI ୧୩ ଦ୍ୱାରା ପରିଚାଳିତ । ଡିଭାଇସରେ ୬୦୦୦ mAhର ବ୍ୟାଟେରୀ ରହିଛି, ଯାହା ୧୮ W ଚାର୍ଜିଂ ସପୋର୍ଟ ସହ ରହିଛି । ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ମଧ୍ୟ ଦିଆଯାଇଛି । ସେହିଭଳି ଫୋନକୁ ତିନୋଟି କଲରରେ ଲଞ୍ଚ କରାଯାଇଛି । ସେଗୁଡିକ ହେଲା ପେସିଫିକ ବ୍ଲୁ, ମିଡନାଇଟ୍ ବ୍ଲାକ୍ ଏବଂ କାରିବିଆନ୍ ସି ।

ସବୁଠାରୁ ବିଶେଷ କଥା ହେଉଛି ଏହି ଫୋନଟି ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ଇଏମଆଇ ଟ୍ରାଞ୍ଜାକ୍ସନରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ । ଏଥିସହ ଫୋନଟିକୁ ଆପଣ ଫ୍ଲିପକାର୍ଟ ଏବଂ mi.com ରୁ ମଧ୍ୟ କିଣିପାରିବେ । ସୂଚନାଯୋଗ୍ୟ ଏହାର ପ୍ରଥମ ସେଲ ଆଉ ୫ ଦିନ ପରେ ଅର୍ଥାତ ୨୪ ମାର୍ଚ୍ଚରୁ ଆରମ୍ଭ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।