You are currently viewing ଗୋଟିଏ ହ୍ୱାଟ୍ସଆପରେ ଦୁଇଟି ଆକାଉଣ୍ଟ୍

ଗୋଟିଏ ହ୍ୱାଟ୍ସଆପରେ ଦୁଇଟି ଆକାଉଣ୍ଟ୍

ନୂଆଦିଲ୍ଲୀ: ୟୁଜର୍ସ ମୋବାଇଲରେ ଗୋଟିଏ ସମୟରେ କେବଳ ଗୋଟିଏ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟବହାର କରି ପାରୁଛନ୍ତି । କିନ୍ତୁ ଯଦି ଅନ୍ୟ ହ୍ୱାଟ୍ସଆପ ଆକାଉଣ୍ଟ୍ ଚଲାଇବାକୁ ହୁଏ, ତା ହେଲେ ପ୍ରଥମେ ଗୋଟିଏ ଆକାଉଣ୍ଟକୁ ଲଗ ଆଉଟ୍ କରିବା ପରେ ଆଉ ଏକ ଆକାଉଣ୍ଟ୍ ଖୋଲିବାକୁ ପଡ଼େ। କିମ୍ବା ଦୁଇଟି ଆପ୍ ସାହାଯ୍ୟରେ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ପଡ଼ିଥାଏ। ଏବେ ଖୁବ୍ ଶୀଘ୍ର ହ୍ୱାଟ୍ସଆପ୍ ଏଭଳି ଏକ ଫିଚର ଆଣିବାକୁ ଯାଉଛି, ଯାହାଦ୍ଵାରା ଆପଣଙ୍କୁ ଏସବୁ କିଛି ବି କରିବାକୁ ପଡ଼ିବନି। ଆପଣ ଗୋଟିଏ ଡିଭାଇସ୍‌ରେ, ଗୋଟିଏ ହ୍ଵାଟ୍ସଆପ୍‌ରେ ଦୁଇଟି ଆକାଉଣ୍ଟ୍‌ ଚଲାଇପାରିବେ। ଏହି ଫିଚରର ନାଁ ହେଉଛି ହ୍ୱାଟ୍ସଆପ ଆକାଉଣ୍ଟ । ଏହାଦ୍ଵାରା ବ୍ୟବହାରକାରୀ ସହଜରେ ଗୋଟିଏ ଆପ୍‌ରେ ହିଁ ଦୁଇଟି ଆକାଉଣ୍ଟ ଚଲାଇ ପାରିବେ। ଏହି ଫିଚର୍ସ ଆସିବାକୁ ଯାଉଥିବା ନେଇ ମେଟା ସିଇଓ ମାର୍କ ଜକରବର୍ଗ ସୂଚନା ଦେଇଛନ୍ତି । ଏହା ପ୍ରଥମେ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।