You are currently viewing ମେଟା ବିରୁଦ୍ଧରେ ଅଭିଯୋଗ ଆଣିଲେ ଆମେରିକାର ୩୩ ରାଜ୍ୟ 

ମେଟା ବିରୁଦ୍ଧରେ ଅଭିଯୋଗ ଆଣିଲେ ଆମେରିକାର ୩୩ ରାଜ୍ୟ 

  • Post category:ଅପରାଧ
  • Reading time:1 mins read

ନୂଆଦିଲ୍ଲୀ: ଆମେରିକାର ମୋଟ ୩୩ ରାଜ୍ୟ ଆଣିଛନ୍ତି ମେଟା ବିରୁଦ୍ଧରେ ଅଭିଯୋଗ। ଅଭିଯୋଗ ଅନୁସାରେ ପିଲା ଏବଂ ଯୁବକଙ୍କୁ କ୍ଷତି ପହଞ୍ଚାଇ ମେଟା ରୋଜଗାର କରୁଛି ଅର୍ଥ। ଫେସବୁକ ଏବଂ ଇନଷ୍ଟାଗ୍ରାମ ଏଭଳି କିଛି ଫିଚର ଆଣିଛନ୍ତି ଯାହା ଆଜିର ଯୁବପିଢି ଏବଂ ଛୋଟ ପିଲାଙ୍କୁ ବାଟବଣା କରୁଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ୩୩ ରାଜ୍ୟ।

ଅଭିଭାବକଙ୍କ ବିନା ପରାମର୍ଶରେ ମେଟା ଛୋଟ ପିଲାଙ୍କ ତଥ୍ୟ ସଂଗ୍ରହ କରୁଛି

– ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ତଥ୍ୟ ସଂଗ୍ରହ କରିବା ସଂଘୀୟ ଆଇନର ଉଲ୍ଲଂଘନ

– ଛୋଟ ପିଲା, ଯୁବପିଢିଙ୍କୁ ଦେଖି ଫିଚର ତିଆରି କରୁଛି ମେଟା

– ଆର୍ଥିକ ରୋଜଗାରକୁ ଦେଖି କଂପାନୀ ଡିଜାଇନ କରୁଛି ଫିଚର

– ନିଜର ଆର୍ଥିକ ଲାଭ ପାଇଁ ଜନସାଧାରଣଙ୍କୁ ବିଭ୍ରାନ୍ତି କରୁଛି ମେଟା

– ନ୍ୟୁୟର୍କର ଆଟର୍ଣ୍ଣି ଜେନାରାଲ ଲେଟିଟିଆ ଜେମ୍ସ ବିବୃତ୍ତିରେ କହିଛନ୍ତି

– ‘ଶିଶୁ ଓ କିଶୋରଙ୍କ ରେକର୍ଡ ସ୍ତରରେ ମାନସିକ ସ୍ଥିତି ଖରାପ ହେଉଛି’

– ‘ଫେସବୁକ ଏବଂ ଇନଷ୍ଟାଗ୍ରାମର ଫିଚର ଉପରେ ପ୍ରଶ୍ନ ଉଠିଛି’

– ‘ଫିଚର ଗୁଡିକ ଆର୍ଥିକ ଲାଭକୁ ଦେଖି ତିଆରି ହୋଇଛି’

– ‘ନିଜର ଆତ୍ମସମ୍ମାନ ଅପେକ୍ଷା ‘ଫିଚର’ ଉପରେ ଗୁରୁତ୍ୱ ଦେଉଛନ୍ତି ପିଲାମାନେ’

– ଇନଷ୍ଟାଗ୍ରାମ ପାଇଁ ୧୩.୫% କିଶୋରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତି

– ୧୭% କିଶୋରୀଙ୍କ ମଧ୍ୟରେ ଖାଦ୍ୟ ଖାଇବାରେ ବିଶୃଙ୍ଖଳା ଦେଖାଦେଇଛି

– ୱାଲଷ୍ଟ୍ରିଟ ଜର୍ଣ୍ଣାଲ ଏବଂ ଅନ୍ୟ ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।