You are currently viewing କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଘରୁ ୩୫୩.୫ କୋଟି ଟଙ୍କା ଜବତ

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଘରୁ ୩୫୩.୫ କୋଟି ଟଙ୍କା ଜବତ

ବଲାଙ୍ଗୀର: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁ ଓ ତାଙ୍କ ପରିବାର ନିକଟରୁ ୩୫୩.୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ପାଞ୍ଚ ଦିନ ଧରି କରାଯାଇଥିବା ଏହି ଅଭୂତପୂର୍ବ କାରବାରରେ  ୫୦ ବ୍ୟାଙ୍କ ଅଧିକାରୀ ଏବଂ ୪୦ ନୋଟ୍ ଗଣତି ମେସିନ୍ ଦ୍ୱାରା ଜବତ ହୋଇଥିବା ବଡ଼ ଟଙ୍କାକୁ ଦେଖି ଆୟକର ବିଭାଗର ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

ସୂଚନା ଥାଉ କି, ଝାଡଖଣ୍ଡ ଓ ଓଡିଶାରେ ହୋଇଥିବା ଏହି ଚଢାଉରେ ଓଡିଶାର ଏକ ଡିଷ୍ଟିଲରୀ ବୌଦ୍ଧ ଡିଷ୍ଟିଲରୀ ପ୍ରାଇଭେଟ ଲିମିଟେଡ ସମେତ ସାହୁ ପରିବାର ସହ ଜଡିତ ସମ୍ପତ୍ତିରେ ଆୟକର ଟିମ୍ ରେଡ୍ କରିଥିଲା। ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୩୦୫ କୋଟି, ସମ୍ବଲପୁରରେ ୩୭.୫ କୋଟି ଓ ଟିଟିଲାଗଡ଼ରେ ୧୧ କୋଟି ଟଙ୍କା ଜବତ ହୋଇଛି। ଜବତ ଟଙ୍କାକୁ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରିବା ପାଇଁ ଆୟକର ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।