You are currently viewing ପାରୋଲରେ ଥିବା ରାମ ରହିମଙ୍କ ବଡ ଘୋଷଣା

ପାରୋଲରେ ଥିବା ରାମ ରହିମଙ୍କ ବଡ ଘୋଷଣା

  • Post category:ଅପରାଧ
  • Reading time:1 mins read

ଚଣ୍ଡିଗଡ (୨୬.୧୦.୨୨) : ରାମ ରହିମଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ପାରୋଲରେ ଅଛନ୍ତି । ତେବେ ରାମ ରହିମଙ୍କ ଅନୁପସ୍ଥିତିରେ କିଏ ତାଙ୍କ ଗାଦି ସମ୍ଭାଳିବ ତାକୁ ନେଇ ଦେଖା ଦେଇଛି ସସ୍‌ପେନ୍ସ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାମ ରହିମ । ଏହାକୁ ନେଇ ସେ କହିଛନ୍ତି ମୁଁ ରହିଛି ରହିବି ଆଗରୁ ଥିଲି । ଏହା ପରେ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି ।

୪୦ ଦିନ ପାରୋଲରେ ଜେଲରୁ ବାହାରି ଜୀବନକୁ ବେଶ୍‌ ଉପଭୋଗ କରୁଛନ୍ତି।  ୫ ବର୍ଷ ପରେ ନିଜ ଆଶ୍ରମରେ ଦୀପାବଳି ପାଳନ ଅବସରରେ ରାମ ରହିମ ନିଜର ଏକ ମ୍ୟୁଜିକ ଭିଡିଓ ଲଞ୍ଚ କରିଛନ୍ତି। ୩.୫୨ ମିନିଟ୍‌ର ଏହି ପଞ୍ଜାବୀ  ଭିଡିଓ ଏବେ ୟୁଟ୍ୟୁବ୍‌ରେ ରାଙ୍କ କରୁଛି। ଇତି ମଧ୍ୟରେ ବାବା ରାମ ରହିମ ନିଜ ଖାସ୍‌ ଅନୁଗାମ ହନିପ୍ରୀତଙ୍କ ନାମ ବଦଳାଇ ଦେଇଛନ୍ତି। ଏଣିକି ହନିପ୍ରୀତ ନାମରେ ନୁହେଁ, ରୁହାନୀ ଦିଦି ନାମରେ ପରିଚିତ ହେବେ ବୋଲି କହିଛନ୍ତି ରାମ ରହିମ ।

ରାମ ରହିମ ଗିରଫ ହେବା ପରେ ଫେରାର ହୋଇ ଯାଇଥିବା ହନିପ୍ରୀତଙ୍କୁ ବହୁ ଖୋଜାଖୋଜି ପରେ ଗିରଫ କରାଯାଇଥିଲା। ୧୯୯୬ ମସିହାରେ ଡେରା କଲେଜକୁ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ିବାକୁ ଆସିଥିଲେ ହନିପ୍ରୀତ। ସେଠାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାମ ରହିମ ଯାଇଥିବା ବେଳେ ତାଙ୍କ ନଜର ହନିପ୍ରୀତଙ୍କ ଉପରେ ପଡ଼ିଥିଲା। ସେବେଠୁ ସେ ତାଙ୍କ ଖାସ୍‌ ଅନୁଗାମୀ ପାଲଟି ଯାଇଥିଲେ। ବଳାତ୍କାର ଓ ହତ୍ୟା ମାମଲାରେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା  ସଚ୍ଚା ମୁଖ୍ୟ ରାମ ରହୀମଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।  ତାଙ୍କ ପରିବାର ପକ୍ଷରୁ ହୋଇଥିବା ଆବେଦନ ପରେ ତାଙ୍କୁ ପାରୋଲ ଅନୁମତି ଦିଆଯାଇଥିଲା। ଜେଲ୍‌ରେ ଥିବା ଯୋଗୁ ପ୍ରାୟ ୫ ବର୍ଷ ପରେ ନିଜ ଆଶ୍ରମରେ ଦୀପାବଳି ପାଳନ ଅବସରରେ  ରିଲିଜ କରିଥିବା ଗୀତରେ ରାମ ରହିମ ନିଜେ ଅଭିନୟ କରିଛନ୍ତି। ଏହି ଗୀତ ପାଇଁ ରଚନା, ସମ୍ପାଦନା, ସଙ୍ଗୀତ ସମେତ ସମସ୍ତ କାର୍ଯ୍ୟ ନିଜେ କରିଥିବା ଦାବି କରିଛନ୍ତି।  ଏଥିସହ ଭିଡିଓରେ କୁହାଯାଇଛି, ଲୋକମାନେ ଦିନେ ଦିୱାଲି ପାଳନ କରନ୍ତି, କିନ୍ତୁ  ପ୍ରତ୍ୟେକ ଦିନ ଆମ ପାଇଁ ଦିୱାଲି ଅଟେ।

ପାରୋଲରେ ଆସି ରାମ ରହିମ ଉତ୍ତରପ୍ରଦେଶରେ ଥିବା ତାଙ୍କ ବରନାବା ଆଶ୍ରମରେ ସମୟ ଅତିବାହିତ କରୁଛନ୍ତି। ଏହି ସମୟରେ ପରିବାର ସଦସ୍ୟଙ୍କ ସହ ହନିପ୍ରୀତ ବି ତାଙ୍କ ସହ ଥିବା ଜଣାଯାଇଛି। ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଅଚିହ୍ନା ଲୋକଙ୍କୁ ପ୍ରବେଶ ଅନୁମତି ମିଳୁନି। ସେଠାରେ ଦୀପାବଳି ଅବସରରେ କରିଥିବା ସତସଙ୍ଗରେ ରାମ ରହିମ ନିଜେ ଭୋଗୁଥିବା ଜେଲ୍‌ ଦଣ୍ଡକୁ  ‘ପବିତ୍ର ଯାତ୍ରା’ ବୋଲି କହିଛନ୍ତି। ସେ ଖୁବ୍ ଶୀଘ୍ର ଜେଲରେ ଥିବା ତାଙ୍କ ଜୀବନ ବିଷୟରେ ତାଙ୍କ ପୁସ୍ତକ ଉନ୍ମୋଚନ କରିବେ ବୋଲି ବି ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।