You are currently viewing ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ବିଦେଶ ଗସ୍ତରେ ରୋକ

ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ବିଦେଶ ଗସ୍ତରେ ରୋକ

ମୁମ୍ବାଇ-୦୬.୧୨.୨୦୨୧, ବଢ଼ିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ । ବିମାନବନ୍ଦରରୁ ଘରକୁ ଫେରିଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ । ଏକ ସୋ ରେ ଯୋଗ ଦେବା ପାଇଁ ଦୁବାଇ ଯାଉଥିବାବେଳେ ଅଭିନେତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଟକ ରଖିଛି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ଲିଙ୍କ୍‌ ଜଣାପଡିବା ପରେ ପୂର୍ବରୁ ଜ୍ୟାକଲିନ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଥିଲା ।
ତେବେ ସେ ଦୁବାଇ ଯିବା ପାଇଁ ବିମାନବନ୍ଦରରେ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଜଣେ ଅଧିକାରୀ ଅଟକାଇଥିଲେ । ଏହାସହିତ ସମ୍ପୃକ୍ତ ଅଧିକାରୀ ଜଣକ ଇଡିକୁ ସୂଚନା ଦେଇଥିଲେ । ଇଡି ଅଧିକାରୀମାନେ ପହଞ୍ଚି ତାଙ୍କୁ ସେଠାରୁ ଘରକୁ ଫେରାଇ ଦେଇଛନ୍ତି ।
୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଚନ୍ଦ୍ରଶେଖର ଓ ଅନ୍ୟମାନଙ୍କ ବିରୋଧରେ ଇଡି ପକ୍ଷରୁ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଛି । ଚନ୍ଦ୍ରଶେଖରଙ୍କ ସହିତ ଜ୍ୟାକଲିନଙ୍କ ଆର୍ଥିକ କାରବାର ହୋଇଥିବାର ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା । ସେହିପରି ସେହିଭଳି ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କ ନାମ ସାମ୍ନାକୁ ଆସିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।