You are currently viewing ଜାତିଆଣ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତ୍ରୀ ୟୁବିକା ଚୌଧୁରୀ

ଜାତିଆଣ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତ୍ରୀ ୟୁବିକା ଚୌଧୁରୀ

ମୁମ୍ବାଇ,୧୯/୧୦:ଜାତିଆଣ ମନ୍ତବ୍ୟ ଦେଇ ଗିରଫ ହେଲେ ‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ୟୁବିକା ଚୌଧୁରୀ। ୟୁବିକା ଏକ ଭିଡିଓରେ ଅନୁସୂଚିତ ଜାତି ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଅଭିନେତ୍ରୀଙ୍କ ଉପରେ ଏସସି/ଏସଟି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ହାଂସି ଥାନା ପୋଲିସ ତାଙ୍କୁ ପ୍ରାୟ ତିନି ଘଣ୍ଟା ଧରି ପଚରାଉଚରା କରିବା ପରେ ତାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅଭିନେତ୍ରୀଙ୍କ ଓକିଲ ଅଶୋକ ବିଷ୍ଣୁ ଏ ସଂପର୍କରେ ଟ୍ୱଟକରି କହିଛନ୍ତି ଯେ , ‘ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମୋର କ୍ଲାଇଣ୍ଟ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି।’ ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ ମାସରେ ୟୁବିକା ତାଙ୍କ ସ୍ୱାମୀ ତଥା ଅଭିନେତା ପ୍ରିନ୍ସ ନରୁଲାଙ୍କ ସହ ଏକ ଭିଡିଓ କରିଥିଲେ। ଏହି ଭିଡିଓରେ ସେ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଯେତେବେଳେ ମାମଲା ବଢିବାକୁ ଲାଗିଲା, ୟୁବିକା କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ସେ ସେହି ଶବ୍ଦର ଅର୍ଥ ଜାଣି ନାହାଁନ୍ତି। ଏହା ପରେ ଦଳିତ ଅଧିକାର କର୍ମୀ ରଜତ କଲସନ ଅନୁସୂଚିତ ଜାତି ଓ ଜନଜାତି ଆଟ୍ରୋସିଟି ଆକ୍ଟ ଅନୁଯାୟୀ ହାଂସିରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ନିକଟରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ସାଥୀ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଜାତିଗତ ଟିପ୍ପଣୀ ଦେଇ ଗିରଫ ହୋଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।