You are currently viewing ଅଡୁଆରେ ଅଜୟ ଦେବଗାନ

ଅଡୁଆରେ ଅଜୟ ଦେବଗାନ

ମୁମ୍ବାଇ (୧୬.୯.୨୨) : ପୁଣି ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି । ଏଥିରେ ଅଜୟ ଦେବଗନ , ସିନ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ ସିଂହଙ୍କ ଅଭିନିତ ଥ୍ୟାଙ୍କ ଗଡ ବିବାଦରେ । ଫିଲ୍ମଟି ଅକ୍ଟେବର ୨୫ରେ ରିଲିଜ୍ ହେବାକୁ ଥିବା ବେଳେ ୯ ତାରିଖରେ ଏହାର ଟ୍ରେଲର ରିଲିଜ ହୋଇଥିଲା । ଏଥିରେ ହିନ୍ଦୁଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ଫିଲ୍ମର କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଅଭିଯୋଗ ଦାଖଲ କରାଯାଇଥିଲା । ଏବେ କର୍ଣ୍ଣାଟକାରେ ହିନ୍ଦୁ ସଂଗଠନ ଫିଲ୍ମଟିକୁ ବ୍ୟାନ କରିବାକୁ ଦାବି କରିଛନ୍ତି । ଟ୍ରେଲରେ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଆଧୁନିକ ପୋଷାକରେ ଦର୍ଶା ଯାଇଛି । ତେଣୁ ଏହାକୁ ହିନ୍ଦୁ ଜନଜାଗୃତି ସମିତି କର୍ଣ୍ଣାଟକ ବ୍ୟାନ କରିବାକୁ କହିଛି । ଏହି ଫିଲ୍ମ ସଂଗଠନ ଫିଲ୍ମ ରିଲିଜ ପାଇଁ ପ୍ରମାଣପତ୍ର ନ ଦେବାକୁ ସେନସର ବୋର୍ଡ ନିକଟରେ ଦାବି କରିଛି । ଏଥି ସହିତ କେନ୍ଦ୍ର ଓ ରାଜ୍ୟ ଗ୍ରୃହ ମନ୍ତ୍ରଣାଳୟ ଫିଲ୍ମକୁ ବ୍ୟାନ କରିବାକୁ ପଦକ୍ଷପ ନେବା ଦରକାର ବୋଲି ଦାବି କରିଛି । ଯଦି ଫିଲ୍ମ ଉପରେ ବ୍ୟାନ ନ ଲାଗିବ ତେବେ ସଂଗଠନର ସଦସ୍ୟମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।