You are currently viewing ଖୁବଶୀଘ୍ର ବିବାହ କରିବେ ଆଲିଆ ଓ ରଣବୀର !

ଖୁବଶୀଘ୍ର ବିବାହ କରିବେ ଆଲିଆ ଓ ରଣବୀର !

ମୁମ୍ବାଇ-୨୮.୧୦.୨୦୨୧, ବି ଟାଉନ ରେ ବିବାହ ଋତୁ ଆସିଛି । ବଡ ବଡ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ କରିବା ଖବର ଏବେ ବଲିଉଡ୍ ପ୍ରଶାସକଙ୍କୁ ଉତ୍ସାହିତ କରିଛି ।  କ୍ୟାଟ୍ରିନା କୈଫ୍ ଓ ଭିକି କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା  ଜୋର ଧରିଥିବାବେଳେ ଏବେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ  ଖବର ସାମ୍ନାକୁ ଆସିଛି । ରଣବୀରଙ୍କ ମା ନୀତୁ କପୁର ନିଜ ଘର ପାଇଁ ଖୁବ୍ ଶୀଘ୍ର ବୋହୂ ରୂପରେ ଆଲିଆ ଭଟ୍ଟଙ୍କୁ ଆଣିବେ। ଏହି ଖବର ସାମ୍ନାକୁ ଆସିବା ପରେ ଆଲିଆ ଓ ରଣବୀରଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଗତ ବର୍ଷ ମଧ୍ୟ ଏହି ପ୍ରେମୀ ଯୁଗଳଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ଥିଲା। କିନ୍ତୁ କରୋନା କାରଣରୁ ବିବାହକୁ ସ୍ଥଗିତ ରଖାଯାଇଥିଲା।
କୁହାଯାଉଛି ଯେ ଆଲିଆ-ରଣବୀର ଇଟାଲୀରେ ବିବାହ କରିବେ। ତେବେ ଏମାନଙ୍କ ବିବାହ ଉତ୍ସବରେ ଖୁବ କମ ଲୋକ ସାମିଲ ହେବେ। ଏଥିରେ ଉଭୟ ପରିବାରର କିଛି ଲୋକଙ୍କ ସହିତ ସେମାନଙ୍କ କିଛି ଭଲ ବନ୍ଧୁମାନେ ଯୋଗ ଦେବେ।
ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ତାଙ୍କ ପରବର୍ତ୍ତୀ ଫିଲ୍ମ ‘ଆନିମଲ୍’ ର ଶୁଟିଂ ଆରମ୍ଭ କରିଦେଇଛନ୍ତି। କିନ୍ତୁ ବିବାହକୁ ଦୃଷ୍ଟିରେ ରଖି ସେ ଫିଲ୍ମର ଶୁଟିଂ ସେଡ୍ୟୁଲ୍ଡ ୨୦୨୨ ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।


ଅନ୍ୟମାନଙ୍କୁ ଜଣାନ୍ତୁ।