You are currently viewing ୪୦ ଵର୍ଷରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ

୪୦ ଵର୍ଷରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ-୦୮/୦୪, ତେଲୁଗୁର ସୁପରଷ୍ଟାର ତଥା ଜଣାଶୁଣା ଅଭିନେତା ଅଲ୍ଲୁଅର୍ଜୁନ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ‘ପୁଷ୍ପା’ ଫିଲ୍ମ ପରେ ସେ ଏବେ ନିଜ ଫ୍ୟାନ ଫଲୋଇଙ୍ଗକୁ ଆହୁରି ବଢାଇଦେଇଛନ୍ତି । ଏହି ଅଭିନେତା ଜଣଙ୍କ ନିଜର ନିଖୁଣ ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ହାତେଇ ସାରିଛନ୍ତି । ତାଙ୍କ ପିତା ତେଲୁଗୁ ଫିଲ୍ମର ଡାଇରେକ୍ଟର ହେବା ସହ ନାମୀଦାମୀ ତେଲୁଗୁ ଆକ୍ଟର ଚିରଞ୍ଜୀବିଙ୍କ ଭଣଜା ମଧ୍ୟ । ଅଲ୍ଲୁଙ୍କ ଧର୍ମ ପତ୍ନୀ ହେଉଚନ୍ତି ସ୍ନେହା ରେଡ୍ଡୀ । ସେ ନିଜେ ବିଜନେସ ସମ୍ଭାଳିବା ସହ ପରିବାରକୁ ମଧ୍ୟ ସଠିକ ରୂପେ ସମ୍ଭାଳି ନିଅନ୍ତି ।

ଅଲ୍ଲୁ ଓ ସ୍ନେହାଙ୍କ ପ୍ରଥମ ଦେଖା ୟୁଏସରେ ଏକ ବନ୍ଧୁଙ୍କ ବିବାହରେ ହୋଇଥିଲା । ପ୍ରଥମ ଦେଖାରେ ଅଲ୍ଲୁ ସ୍ନେହାଙ୍କୁ ଭଲପାଇ ବସିଥିଲେ । ପରେ ଦୁହିଁଙ୍କ ଭିତରେ ବନ୍ଧୁତା ହୋଇଥିଲା ପରେ ଏହା ବିବାହାର ରୂପ ନେଲା । ପ୍ରଥମେ ଦୁହିଁଙ୍କ ପରିବାର ଏ ବିବାହ ପାଇଁ ରାଜି ନଥିଲେ । କିନ୍ତୁ କୁହାଯାଏନା ପ୍ରେମ ଆଗରେ ସବୁକିଛି ତୁଚ୍ଛ । ଦୁହିଁଙ୍କ ଜିଦ ଆଗରେ ଦୁଇପରିବାରକୁ ମାନିବାକୁ ପଡିଲା । ଶେଷରେ ୬ ମାର୍ଚ୍ଚ ୨୦୧୧ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେଲେ । ତାଙ୍କର ବିବାହକୁ କେତେକ ଟିଭି ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯାଇଥିଲା । ଦୁହିଁ୍‌ଙ୍କର ଦୁଇଟି ସନ୍ତାନ ଅୟାନ ଓ ଅରହା ଅଟନ୍ତି । ବିଶେଷ କଥା ହେଉଛି ସ୍ନେହା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରୁ ନହୋଇ ମଧ୍ୟ ଅଲ୍ଲୁଙ୍କ ପ୍ରଫେଶନାଲ ଲାଇଫକୁ ବହୁତ ଭଲରେ ବୁଝନ୍ତି ଏବଂ ଏଥିପାଇଁ ତାଙ୍କୁ ପୁରା ସପୋର୍ଟ ମଧ୍ୟ କରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।