big b

ଆଞ୍ଜିଓପ୍ଲାଷ୍ଟି ଯୋଗୁ ହସ୍ପିଟାଲରେ ବିଗ ବି, ସର୍ଜରୀ ପରେ ଫ୍ୟାନ୍ସଙ୍କୁ ଦେଲେ ମେସେଜ 

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ 81 ବର୍ଷ ବୟସ ହୋଇଛି। ଏହି ବୟସରେ ମଧ୍ୟ ସେ ନିଜକୁ ସକ୍ରିୟ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି, କିନ୍ତୁ ଆଜି ସକାଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ସୂଚନାଯୋଗ୍ୟ ବିଗ ବି ପ୍ରଥମେ ଯନ୍ତ୍ରଣା ଅନୁଭବ କରିଥିଲେ, ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ନିଆଯାଇଥିଲା। ଏହି ଖବର ମଧ୍ୟରେ ଅମିତାଭ ବଚ୍ଚନଙ୍କ ଏକ ଟୁଇଟ୍ ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେଉଛି। 

ଅମିତାଭ ସୋସିଆଲ ମିଡ଼ିଆ X ରେ ଏକ ପୋଷ୍ଟ କରି ଲେଖିଚିଛନ୍ତି, ‘ମୁଁ ସର୍ବଦା କୃତଜ୍ଞତ’। ଅସ୍ତ୍ରୋପଚାର ପରେ ଅମିତାଭ ବଚ୍ଚନ ତାଙ୍କର ଶୁଭେଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଏହି ଖବର ବାହାରିବା ମାତ୍ରେ ଅଭିନେତାଙ୍କ ପ୍ରଶଂସକମାନେ ଭୟଭୀତ ହୋଇ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ | କାରଣ ବିଗ ବି ଙ୍କ ଗୋଡରେ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ସଫଳ ହୋଇଛି| ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ମଧ୍ୟ ଅମିତାଭ ବଚ୍ଚନ ଡାକ୍ତରଖାନାରେ ଅଛନ୍ତି। ତାଙ୍କୁ ଏପର୍ଯ୍ୟନ୍ତ ଡିସଚାର୍ଜ କରାଯାଇ ନାହିଁ। 

ଅନ୍ୟମାନଙ୍କୁ ଜଣାନ୍ତୁ।