You are currently viewing ସର୍ତ୍ତମୂଳକ ଜାମିନ, ଦେଶ ଛାଡ଼ି ଯାଇପାରିବେନି ଆର୍ୟନ

ସର୍ତ୍ତମୂଳକ ଜାମିନ, ଦେଶ ଛାଡ଼ି ଯାଇପାରିବେନି ଆର୍ୟନ

ମୁମ୍ବାଇ-୨୯.୧୦.୨୦୨୧, ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ୍ ଙ୍କୁ ଜାମିନ ମିଳିସାରିଛି । ଗତ ୨ ତାରିଖରେ ଏହି ମାମଲାରେ ଗିରଫ ହୋଇଥିଲେ ଆର୍ୟନ୍ । ୨୫ ଦିନ ପରେ ହାଇକୋର୍ଟରୁ ଜାମିନ ମିଳିଛି ।ବମ୍ବେ ହାଇକୋର୍ଟ ଗୁରୁବାର ତାର ଜାମିନ ମଞ୍ଜୁର କରିଛନ୍ତି ।
ହାଇକୋର୍ଟ ଆର୍ୟନଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ଅନୁସାରେ ଆର୍ୟନଙ୍କୁ ୧ ଲକ୍ଷ ଟଙ୍କାର ବଣ୍ଡ ଏବଂ ପାସ୍‌ପୋର୍ଟ ଜମା କରିବାକୁ ହେବ । ଏହା ବ୍ୟତୀତ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡି ଯାଇପାରିବନି ଆର୍ଯ୍ୟନ ଖାନ । ତା ସହିତ ପ୍ରତି ଶୁକ୍ରବାର ଦିନ ୧୧ ଟାରୁ ୨ ଟା ମଧ୍ୟରେ ମୁମ୍ବାଇ ସ୍ଥିତ ଏନ୍‌ସିବି ଅଫିସରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।
ଏହାସହ ଜେଲରୁ ଫେରିବା ପରେ ସେ ଏପରି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ କରିପାରିବେନି ଯିଏ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ଭାବେ କ୍ରୁଜ ଡ୍ରଗ କେସ୍‌ରେ ସାମିଲ ଅଛନ୍ତି । ଏହାଛଡା ଗଣମାଧ୍ୟମ ସମ୍ମୁଖକୁ ଆସିବେନି ଆର୍ୟନ । କୋର୍ଟ ତାଙ୍କ ସର୍ତ୍ତରେ ଆର୍ୟନଙ୍କ କୌଣସି ପ୍ରକାର ଗଣମାଧ୍ୟମ ବିବୃତ୍ତି ନେଇ ମଧ୍ୟ କଟକଣା ଲଗାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।