You are currently viewing ରିଲିଜ ହେଲା ଫିଲ୍ମ ‘ବଧାଇ ଦୋ’ର ଟ୍ରେଲର

ରିଲିଜ ହେଲା ଫିଲ୍ମ ‘ବଧାଇ ଦୋ’ର ଟ୍ରେଲର

ମୁମ୍ବାଇ-୨୫.୦୧.୨୦୨୨, ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିବେ ରାଜକୁମାର ରାଓ ଓ ଭୂମି ପେଡେନକର । ତାଙ୍କ ଅଭିନୀତ ଫିଲ୍ମ ‘ବଧାଇ ଦୋ’ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ । ଫିଲ୍ମରେ ରାଜକୁମାର ରାଓ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ଆଉ ଭୂମି ତାଙ୍କ ପତ୍ନୀ, ଜଣେ ପିଟି ଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବେ। ଟ୍ରେଲର୍ ରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ବଧାଇ ଦୋ ର ଫାଷ୍ଟ ଲୁକ୍ ଜାରି କରାଯାଇଥିଲା । ଏବେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଯାଇଛି ।
ପୂର୍ବରୁ ଏହି ଫିଲ୍ମ୍ ୨୬ ଜାନୁଆରୀରେ ରିଲିଜ ହେବାର ଥିଲା କିନ୍ତୁ କୋଭିଡ କାରଣରୁ ଏହାର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। ଏହି ଫିଲ୍ମଟି ୨୦୧୮ରେ ଆସିଥିବା ଫିଲ୍ମ ‘ବଧାଇ ହୋ’ ର ସିକ୍ୱେଲ। ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ସାନ୍ୟା ମଲହୋତ୍ରା ଅଭିନୟ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।