You are currently viewing କ୍ରିକେଟ୍ ଦଳଗଠନ କଲେ ବିଗ୍ ବି

କ୍ରିକେଟ୍ ଦଳଗଠନ କଲେ ବିଗ୍ ବି

ମୁମ୍ବାଇ: ଗତ ଦୁଇଦିନ ପୂର୍ବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ନାୟିକା ଅନୁଷ୍କା ଶର୍ମା କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି । ବିରାଟ କୋହଲି ନିଜେ ଏହି ଖବର ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଫ୍ୟାନ୍ସ ଏବଂ ଶୁଭକାଂକ୍ଷୀମାନଙ୍କୁ ଜଣାଇଥିଲେ । କୋହଲିଙ୍କ ପୋଷ୍ଟ ପରେ ଅନୁଷ୍କାଏବଂ କୋହଲିଙ୍କ ପାଇଁ ବିଭିନ୍ନ ମହଲରୁ ଶୁଭକାମନାର ସୁଅ ଛୁଟିଥିଲା । ସମସ୍ତେ ଟ୍ୱିଟ କରି ସେମାନଙ୍କୁ ଶୁଭକାମନା ଜଣାଇବା ସହ ନିଜ ନିଜର ଖୁସି ଜାହିର କରିଥିଲେ । ତେବେ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟ କରି ସେମାନଙ୍କୁ ଶୁଭକାମନା ଜଣାଇଥିଲେ । ଭାରତୀୟ ପୁରୁଷ କ୍ରିକେଟ ଦଳର ଅନେକ କ୍ରିକେଟର ଝିଅ ମାନଙ୍କୁ ନେଇ ଭବିଷ୍ୟତ ମହିଳା କ୍ରିକେଟ ଦଳର କଳ୍ପନା କରିଛନ୍ତି ବିଗ୍‌ ବି । ଏହା ସହ ଧୋନୀଙ୍କ ଝିଅ ଜିଭାକୁ ଦଳର କ୍ୟାପଟେନ ଭାବେ କଳନା କରିଛନ୍ତି ବିଗ୍‌ ବି ।

ଅନ୍ୟମାନଙ୍କୁ ଜଣାନ୍ତୁ।