You are currently viewing CID ଅଭିନେତା ଫ୍ରେଡେରିକ୍ସଙ୍କ ୫୭ବର୍ଷରେ ପରଲୋକ

CID ଅଭିନେତା ଫ୍ରେଡେରିକ୍ସଙ୍କ ୫୭ବର୍ଷରେ ପରଲୋକ

ନୂଆଦିଲ୍ଲୀ : ସୋନୀ ଟିଭିର ଧାରାବାହିକ CIDରେ ଫ୍ରେଡେରିକ୍ସଙ୍କ ଭୂମିକା ପାଇଁ ପ୍ରସିଦ୍ଧ ଦୀନେଶ ଫଡନିସଙ୍କର 57 ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବରକୁ ଅନ୍ତରଙ୍ଗ ବନ୍ଧୁ ଦୟାନନ୍ଦ ସେଟ୍ଟୀ ନିଶ୍ଚିତ କରି କହିଛନ୍ତି ଯେ ମୁମ୍ବାଇର ଟୁଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରାତି 12:08ରେ ଦୀନେଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଥି ସହ ସେ ମଲ୍ଟିପଲ ଅର୍ଗାନ ଫେଲୁୟର ହେବା ଯୋଗୁଁ ନିଧନ ହୋଇଥିବା ଖବର ମିଳିଛି ।

ତେବେ ଗତ ୩୦ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରାତି ୧୨.୦୮ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଦିନେଶ CID ରେ ଫ୍ରେଡିକ୍ସ ଭୂମିକାରେ ନଜର ଆସୁଛନ୍ତି । ଶୋ ଆରମ୍ଭରୁ ସେ ସବ ଇନ୍ସପେକ୍ଟର ଭୂମିକାରେ ନଜର ଆସିଥିଲେ । ଏହାପରେ ତାଙ୍କୁ ଫ୍ରେଡିକ୍ସ ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହାପରେ ମରାଠୀ ଫିଲ୍ମରେ ସ୍କ୍ରିପ୍ଟ ଲେଖୁଛନ୍ତି ଦିନେଶ । ଦିନେଶ ୧୯୯୮ରେ ସିଆଇଡିରେ କାମ କରିବା ଆରମ୍ଭ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।