ଭଦ୍ରକ, ରୋଗୀକୁ ନେଇ ଫେରୁଥିବା ଵେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଓଲଟିଥିବାର ଖବର ମିଳିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ, ରୋଗୀଙ୍କ ସମେତ ୩ ସମ୍ପର୍କୀୟ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ବର ଜିଲ୍ଲାର ଭୋଗରାଇ ଅଞ୍ଚଳର ରୋଗୀ ଜଣକ କଟକର ବଡ଼ ମେଡିକାଲର ସ୍ନାୟୁ ବିଭାଗର ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ। ଘରକୁ ଫେରୁଥିବା ଵେଳେ ଭୋର ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
