You are currently viewing ପି.ଭି ସିନ୍ଧୁଙ୍କ ବାୟୋପିକରେ ନଜର ଆସିବେ ଦୀପିକା

ପି.ଭି ସିନ୍ଧୁଙ୍କ ବାୟୋପିକରେ ନଜର ଆସିବେ ଦୀପିକା

ମୁମ୍ବାଇ-୨୨.୦୯.୨୦୨୧, ପିଭି ସିନ୍ଧୁଙ୍କ ବାୟୋପିକରେ ନଜର ଆସିବେ ଡଲିଉଡ ସୁନ୍ଦରୀ ଦୀପିକା ପାଦୁକୋନ । ଭାରତର ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ସହ ଦୀପିକା ବ୍ୟାଡମିଣ୍ଟନ ଖେଳୁଥିବା ଏକ ଭିଡିଓ ଦେଖିବାକୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୀପିକା ନିଜେ ଏହି ଭିଡିଓଟିକୁ ଅଫିସିଆଲ ଆକାଉଣ୍ଟରେ ଟୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପିଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖିବାକୁ ମିଳିଛି । ସେ ଫିଲ୍ମ ପାଇଁ ନିଜର ଆଗୁଆ ପ୍ରସ୍ତୁତ ଜାରି ରଖିଛନ୍ତି ବୋଲି ଫ୍ୟାନ୍ସମାନେ କଳ୍ପନା କରୁଛନ୍ତି ।

ଦୀପିକା ନିଜ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିବା ପରେ ପ୍ରଶଂସକମାନେ କଳନା କରିବା ଆରମ୍ଭ କରିଦେଇଥିଲେ କି ସେ ବୋଧହୁଏ ପିଭି ସିନ୍ଧୁଙ୍କ ବାୟୋପିକରେ ନଜର ଆସିବେ ।
ନିକଟରେ ରଣଭୀର ସିଂ, ପିଭି ସିନ୍ଧୁ ଏବଂ ଦୀପିକା ପାଦୁକୋନଙ୍କୁ ଏକ ରାତ୍ରୀ ଭୋଜନରେ ଏକାଠି ଦେଖିବାକୁ ମିଳିଥିଲା। ଯାହାଫଳରେ ବାୟୋପିକର କଳ୍ପନାଜଳ୍ପନା ତୀବ୍ର ହୋଇଛି।


ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ପିଭି ସିନ୍ଧୁ ଇତିହାସ ସୃଷ୍ଟି କରିଛନ୍ତି | ଏହାପୂର୍ବରୁ, ରିଓ ଅଲିମ୍ପିକ୍ସରେ ମଧ୍ର ଭାରତର ତାରକା ସଟଲର ରୌପ୍ୟ ପଦକ ଜିତିଥିଲେ | ଏହା ସହିତ ସେ ଅଲିମ୍ପିକ୍ସରେ ଲଗାତାର ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି | ଦୁଇଟି ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ।
ଏହାବ୍ୟତୀତ ଦୀପିକା ପାଦୁକୋନ ମଧ୍ୟ ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି | ଏଥି ସହିତ, ତାଙ୍କ ପିତା ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନ ଜଗତର ଅନ୍ୟତମ ଲୋକପ୍ରିୟ ଚେହେରା | ତାଙ୍କ ନାମ ଗ୍ରେଟ୍ ବ୍ୟାଡମିଣ୍ଟନ୍ ପ୍ଲେୟାର ଅଫ୍ ଇଣ୍ଡିଆ ତାଲିକାରେ ଅନ୍ତର୍ଭୁକ୍ତ।

ଅନ୍ୟମାନଙ୍କୁ ଜଣାନ୍ତୁ।