Fighter film

ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ୍, ଦେଖନ୍ତୁ କ’ଣ ପ୍ରତିକ୍ରିୟା ଦେଲେ ଦର୍ଶକ  

ବହୁ ପ୍ରତିକ୍ଷୀତ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍’ ଆଜି ଦେଶର ବିଭିନ୍ନ ସିନେମା ହଲରେ ରିଲିଜ୍ ହୋଇଯାଇଛି। ଆକ୍ସନରେ ଭରପୁର ଏହି ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଫିଲ୍ମରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।ସୋସିଆଲ ମିଡିଆରେ ମଧ୍ୟ ‘ଫାଇଟର୍’ ଫିଲ୍ମକୁ ନେଇ ଚର୍ଚ୍ଚା ଜୋରସୋରେ ଚାଲିଛି। ସୋସିଆଲ ମିଡିଆରେ ୟୁଜରମାନେ ‘ଫାଇଟର୍’  ଫିଲ୍ମକୁ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

fighterହ୍ରିତିକ-ଦୀପିକାଙ୍କ ଯୋଡ଼ି ସ୍କ୍ରିନ୍ ଉପରେ ଧମାଲ ମଚାଉଥିବା ଦେଖି ୟୁଜରମାନେ କହିଛନ୍ତି ଯେ ‘ଫାଇଟର୍’ ହେଉଛି ‘ମେଗା ବ୍ଲକ୍ବଷ୍ଟର୍’ ଫିଲ୍ମ। ଅନେକ ୟୁଜର ଏପରି ଲେଖିଛନ୍ତି ଯେ ଶତପ୍ରତିଶତ ହୃଦୟକୁ ଛୁଇଁଥିବା ଫିଲ୍ମ। ସମସ୍ତେ ଏହି ଆକ୍ସନ୍-ଥ୍ରୀଲର୍ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଫିଲ୍ମଟି ରିପବ୍ଲିକ୍ ଡେ’ ପାଇଁ ବକ୍ସ ଅଫିସରେ ଭଲ କଲେକ୍ସନ କରି ବୋଲି ଆଶା ରଖିଛନ୍ତି ଫାଇଟରର ନିର୍ମାତା।

ଅନ୍ୟମାନଙ୍କୁ ଜଣାନ୍ତୁ।