You are currently viewing ‘ପଠାନ’ ଓ ‘ବାହୁବଲୀ’କୁ ପଛରେ ପକାଇଲା ‘ଗଦର ୨’, ବକ୍ସ ଅଫିସରେ ଆୟ କଲା ୧୩୪ କୋଟି

‘ପଠାନ’ ଓ ‘ବାହୁବଲୀ’କୁ ପଛରେ ପକାଇଲା ‘ଗଦର ୨’, ବକ୍ସ ଅଫିସରେ ଆୟ କଲା ୧୩୪ କୋଟି

ଗତ ଶୁକ୍ରବାର ଦିନ ମୁକ୍ତଲାଭ କରିଥିବା ‘ଗଦର ୨’ ପ୍ରଥମ ଦିନରେ ହିଁ ବହୁ ସଂଖ୍ୟକ ଦର୍ଶକଙ୍କୁ ଆକର୍ଷିତ କରିଛି । ଅଭିନେତା ସନ୍ନି ଦେଓଲଙ୍କ ଆକ୍ସନ ‘ଗଦର ୨’ ବକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି । ୨୦୦୧ରେ ଆସିଥିବା ଗଦର ଏକ ପ୍ରେମ କଥାର ୨୨ ବର୍ଷ ପରେ ଏହାର ସିକ୍ସେଲ ‘ଗଦର ୨’ ଚଳଚ୍ଚିତ ପ୍ରଥମ ଦିନରେ ୪୦.୧୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ୪୩.୦୮ କୋଟି ଏବଂ ତୃତୀୟ ଦିନରେ ୫୧.୫୦ କୋଟି ଟଙ୍କା ରୋଜଗାର କରିଥିବା ଖବର ରହିଛି । ଏହି ଚଳଚ୍ଚିତ୍ର ତିନିଦିନରେ ମୋଟ ୧୩୪ କୋଟି ପାଖାପାଖି ରୋଜଗାର କରିଛି ।

ଏଥି ସହ ପଠାନ, ବାହୁବଳୀ, କେଜିଏଫ, ଟାଇଗର ଜିନ୍ଦା ହେ ଆଦିର ରେକର୍ଡ ଭାଙ୍ଗିଛି । ସୂଚନା ଅନୁସାରେ ‘ପଠାନ’ ତୃତୀୟ ଦିନରେ ୩୯ କୋଟି ରୋଜଗାର କରିଥିଲା ବେଳେ, ‘ବାହୁବଲୀ’ ୪୬.୫, କେଜିଏଫ ’୫୦.୩୦’ ଓ ‘ଟାଇଗର ଜିନ୍ଦା ହେ’ ୪୫.୫୩ କୋଟି ରୋଜଗାର କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।