gouri khan

ଶାହାରୁଖ୍ ଙ୍କ ପରେ ପୁଅକୁ ଭେଟିବାକୁ ଜେଲ୍‌ରେ ପହଞ୍ଚିଲେ ଗୌରୀ ଖାନ୍‌

କ୍ରୁଜ୍ ଡ୍ରଗ୍ସ ମାମଲାରେ ୨ସପ୍ତାହରୁ ଅଧିକ ଦିନ ଧରି ବନ୍ଦ ଥିବା ପୁଅ ଆର୍ଯ୍ୟନ୍ ଙ୍କୁ ଭେଟିବାକୁ ଆର୍ଥର ରୋଡ୍ ଜେଲରେ ପହଞ୍ଚିଛନ୍ତି ଗୌରୀ ଖାନ୍ । ସୂଚନା ଯୋଗ୍ୟ ଏହା ପୂର୍ବରୁ ଶାହାରୁଖ୍ ଖାନ୍ ମଧ୍ୟ ପୁଅକୁ ଦେଖା କରିବା ପାଇଁ ପହଞ୍ଚିଥିଲେ । ଗତ ସପ୍ତାହରେ କୋର୍ଟରେ ବେଲ୍ ଖାରଜ ହେବା ପରେ ଗୁରୁବାର ଦିନ ଶାହାରୁଖ ଖାନ୍ ପୁଅକୁ ଦେଖା କରିବା ପାଇଁ ଜେଲରେ ପହଞ୍ଚିଥିଲେ ।

ରିପୋର୍ଟ ଅନୁଯାୟୀ ଅକ୍ଟୋବର ୩ ରେ ଏନସିବି ପକ୍ଷରୁ ଜାହାଜରେ ଚଢ଼ାଉ କରି ଡ୍ରଗ୍ସ ଜବତ କରାଯିବା ସହ ଆର୍ଯ୍ୟନ୍ ଖାନ୍ ଏବଂ ୮ ଜଣଙ୍କୁ ଗିରଫ୍ କରାଯାଇଥିଲା । ଗତ ବୁଧବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ୍ ଖାନ୍ ଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି । ଏନେଇ ବର୍ତ୍ତମାନ ଆର୍ଯ୍ୟନ୍ ଜାମିନ୍ ପାଇଁ ବମ୍ବେ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି । ଏ ସମ୍ପର୍କରେ ଆସନ୍ତା ମଙ୍ଗଳବାର ଦିନ ହାଇକୋର୍ଟଙ୍କ ଦ୍ୱାରା ଏହି ପିଟିସନ୍ ର ଶୁଣାଣି ହେବା ନେଇ ସୂଚନା ପ୍ରକାଶ ପାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।