You are currently viewing ଛଅ ମହଲାରୁ ଡେଇଁଲେ ଯୋଧପୁର ମଡେଲ୍

ଛଅ ମହଲାରୁ ଡେଇଁଲେ ଯୋଧପୁର ମଡେଲ୍

ନୂଆଦିଲ୍ଲୀ ୩୧/୦୧: ଯୋଧପୁରର ମଡେଲ ଗୁନଗୁନ ଉପାଧ୍ୟାୟ ରବିବାର ଦିନ ରତନଡାସ୍ଥିତ ଏକ ହୋଟେଲର ଷଷ୍ଠ ମହଲାରୁ ଡେଇଁ ପଡିଛନ୍ତି । ଗୁନଗୁନ୍ ଉପାଧ୍ୟାୟ ରାତନାଡାର ହୋଟେଲ ଲର୍ଡ ଇନରେ ରହୁଥିଲେ । ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ସେ ଏବେ ବିପଦ ମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଡାକ୍ତରଙ୍କ ଅନୁଯାୟୀ, ବହୁତ ଉଚ୍ଚରୁ ଡେଇଁବା କାରଣରୁ ଗୁନଗୁନଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି। ସୌଭାଗ୍ୟବଶତଃ ଏତେ ଉଚ୍ଚରୁ ଡେଇଁବା ପରେ ମଧ୍ୟ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ପୋଲିସର ସୂଚନା ଅନୁଯାୟୀ ଗୁନଗୁନ୍ ମଡେଲିଂ କରନ୍ତି । ସେ ଶନିବାର ଉଦୟପୁରରୁ ଯୋଧପୁରକୁ ଆସିଥିଲେ । ଯୋଧପୁର ଆସିବା ପରେ ସେ ତାଙ୍କ ବାପାଙ୍କୁ ଫୋନ କରିଥିଲେ । ଆଉ କହିଥିଲେ କି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । କେବଳ ମୋ ଚେହେରା ଦେଖିପାରିବ । କରାଣ ତମେ ଆସିବା ବେଳକୁ ମୁଁ ଆଉ ଏ ଦୁନିଆରେ ନିଥିବି । ଏହା ପରେ ବାପା ଗଣେଶ ଉପାଧ୍ୟାୟ ପୋଲିସକୁ ଫୋନ କରିଥିଲେ।

ଏସିପି ଦେରାବର ସିଂହ ଫୋନ ନମ୍ବର ନେଇ ଗୁନଗୁନଙ୍କ ଲୋକେସନ ଟ୍ରେସ୍  କରିଥିଲେ ଏବଂ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ। ସେତେବେଳକୁ ଗୁନଗୁନ ଷଷ୍ଠ ମହଲାରୁ ଡେଇଁ ସାରିଥିଲେ। ତୁରନ୍ତ ପୋଲିସ ତାଙ୍କୁ ମଥୁରାଦାସ ମାଥୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସଠିକ ସମୟରେ ଉଦ୍ଧାର ହୋଇଥିବାରୁ ତାଙ୍କର ଜୀବନ ବଞ୍ଚିଯାଇଥିଲା । ଏବେ ସେ ବିପଦ ମୁକ୍ତ ଅଛନ୍ତି ତାଙ୍କର ଚିକିତ୍ସା ଚାଲିଛି ।

ତେବେ କଣ ପାଇଁ ସେ ଏପରି କାମ କଲେ ତାହା ଜଣାପଡିନି । ହୋସ ଆସିବା ପରେ ତାଙ୍କଠାରୁ ସବୁ ତଥ୍ୟ ହାସଲ ହେବ ବୋଲି ପୋଲିସ ସୂଚନା ଦେଇଛି । ଗୁନଗୁନଙ୍କ ବାପା ଗଣେଶ ଉପାଧ୍ୟାୟ ଯୋଧପୁରରେ ଜଣେ ମଣ୍ଡି ବ୍ୟବସାୟୀ। ବର୍ତ୍ତମାନ ତାଙ୍କୁ ଗୁନଗୁନଙ୍କ ବିଷୟରେ ପୋଲିସ ପଚରାଉଚୁରା କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।