Kangana

ବିଜେପି ରୁ ୨୦୨୪ ଲୋକସଭା ନିର୍ବାଚନ ଲଢିବେ କଙ୍ଗନା ରଣାୱତ୍ 

୨୦୨୪ ଲୋକସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଏନେଇ ସ୍ପଷ୍ଟ କରିଛନ୍ତି କଙ୍ଗନାଙ୍କ ବାପା ଅମରଦୀପ ରଣାୱତ୍ । ନିର୍ବାଚନ ଲଢ଼ିବା ନେଇ ଲଗାତାର କଙ୍ଗନା ରାଣାୱତଙ୍କ ଚର୍ଚ୍ଚା ଚାଲିଆସୁଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି କଙ୍ଗନାଙ୍କ ବାପା । କଙ୍ଗନାଙ୍କ ବାପା କହିଛନ୍ତି, ନିର୍ବାଚନ ମୈଦାନରେ କଙ୍ଗନା ଲୋକସଭା ନିର୍ବାଚନ ଲଢୁଛନ୍ତି । ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ ବୋଲି ସେ କହିଛନ୍ତି।

kangnaକଙ୍ଗନା ଦୁଇ ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୁଲ୍ଲୁ ସ୍ଥିତ ବାସଭବନରେ ଭେଟିଥିଲେ। ଏହି ବୈଠକ ପରେ ତାଙ୍କ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତ ସପ୍ତାହରେ ହିମାଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ସାମାଜିକ ସମାବେଶ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଙ୍ଗନା ଯୋଗ ଦେଇ ଆରଏସଏସର ବିଚାରଧାରା ତାଙ୍କ ଆଦର୍ଶ ସହ ମେଳ ଖାଉଥିବା କହିଥିଲେ। ତେବେ କଙ୍ଗନା ମଣ୍ଡି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।