You are currently viewing ଇନଭେଷ୍ଟିଗେଟ ରିପୋର୍ଟର ଭୂମିକାରେ ନଜର ଆସିବେ କାର୍ତ୍ତିକ ଆରୟାନ

ଇନଭେଷ୍ଟିଗେଟ ରିପୋର୍ଟର ଭୂମିକାରେ ନଜର ଆସିବେ କାର୍ତ୍ତିକ ଆରୟାନ

ବଲିଉଡର ଚର୍ଚ୍ଚିତ ଅଭିନେତା କାର୍ତ୍ତିକ ଆରୟାନ ଫିଲ୍ମ କ୍ୟାରିୟର ଆରମ୍ଭରୁ ଏ ପର୍ଯ୍ୟନ୍ତ ବହୁତ ଫିଲ୍ମରେ ଅଭିନୟ କରି ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କ ପ୍ରିୟ ହୋଇପାରିଛନ୍ତି । ସେ ସମସ୍ତ ଫିଲ୍ମରେ ବିଭିନ୍ନ ପ୍ରକାର ଚରିତ୍ରରେ ନଜର ଆସିଛନ୍ତି । ଏବେ ସେ ଅନ୍ୟ ଏକ ଫିଲ୍ମ କରିବାକୁ ଯାଉଛନ୍ତି ଯେଉଁଥିରେ ସେ ଇନଭେଷ୍ଟିଗେଟ ରିପୋର୍ଟର ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ରାମ ମାଘୱାନୀ । ସୂଚନା ମୁତାବକ ଏହି ଫିଲ୍ମର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ । ୨୦୧୯ରେ ନିର୍ଦ୍ଦେଶକ ଇମତିଆଜ ଅଲ୍ଲିଙ୍କ ଫିଲ୍ମ ’ଲଭ ଆଜ କଲ ୨’ ରେ କାର୍ତ୍ତିକ ଆର‌୍ୟ୍ୟାନ୍ କିଛି ଭିନ୍ନ ଧରଣର କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଦର୍ଶକଙ୍କୁ ତାଙ୍କ ଅଭିନୟ ସେତେଟା ପସନ୍ଦ ଆସିନଥିଲା। ତେବେ ଦେଖିବାକୁ ବାକି ରହିଲା ଯେ, ଏହି ଚରିତ୍ରକୁ ଦର୍ଶକ କେତେ ଦୂର ଆପଣେଇ ପାରିବେ ….?

ଅନ୍ୟମାନଙ୍କୁ ଜଣାନ୍ତୁ।