You are currently viewing ଭାଇରାଲ ହେଲା କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ଭିଡିଓ

ଭାଇରାଲ ହେଲା କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ ୧୨/୧୧:  ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଖବର ଆଜିକାଲି ଚର୍ଚ୍ଚାରେ ରହି ଆସୁଛି । ଏହି ସମୟରେ କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନୃତ୍ୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ କ୍ୟାଟ୍ରିନା ବିବାହ ପାଇଁ ନୃତ୍ୟ ଅଭ୍ୟାସ କରୁଛନ୍ତି। ଏହା ସତ୍ୟ କି ନୁହେଁ   ତାହା କେବଳ କ୍ୟାଟ୍ରିନା  ହିଁ କହିପାରିବେ ।  ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ କ୍ୟାଟ୍ରିନା କିଛି ଲୋକଙ୍କ ସହ ନୃତ୍ୟ ଅଭ୍ୟାସ କରୁଛନ୍ତି। ସେ କଳା ପୋଷାକରେ ନଜର ଆସିଛନ୍ତି । କ୍ୟାଟ୍ରିନା କୈଫଙ୍କ  ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ  ୭ ଲକ୍ଷରୁ ଅଧିକ ଭ୍ୟୁ ପାଇଛି । ପ୍ରଶଂସକମାନେ କ୍ୟାଟ୍ରିନା କୈଫଙ୍କ ନୃତ୍ୟ ଏବଂ ତାଙ୍କ ସୌନ୍ଦର୍ଯ୍ୟ ପ୍ରଶଂସା କରୁଛନ୍ତି।

ସୂଚନା ଅନୂଯାୟୀ, କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ପୂର୍ବରୁ ମୁମ୍ବାଇର ଜୁହୁରେ ଏକ ଘର ନେଇଛନ୍ତି। ଭିକି-କ୍ୟାଟ୍ରିନା ଏହି ଘର ପାଇଁ ପ୍ରଚୁର ପରିମାଣର ଅର୍ଥ ଦେଉଥିବାର ଖବର ରହିଛି। ଦୁହେଁ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା ରେ ନେଇଛନ୍ତି ଏବଂ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଏହି ଆପାର୍ଟମେଣ୍ଟ ବିଲଡିଂରେ ରୁହନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।