You are currently viewing ଅନନ୍ୟାଙ୍କୁ ପୁଣି ଜେରା କରିବ ଏନସିବି

ଅନନ୍ୟାଙ୍କୁ ପୁଣି ଜେରା କରିବ ଏନସିବି

ମୁମ୍ବାଇ-୨୩.୧୦.୨୦୨୧, ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପୁଣି ପଚରାଉଚରା କରିବ NCB । ଆସନ୍ତା ସୋମବାର ପଚରାଉଚରା ପାଇଁ ଅନନ୍ୟାଙ୍କୁ ନୋଟିସ ଜାରି  କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତକାଲି ଅନନ୍ୟାଙ୍କୁ ଏନସିବି ଜେରା କରିଥିଲା । ଶୁକ୍ରବାର ଦିନ ୨ଟାରେ ଏନସିବି ଅଫିସରେ ହାଜର ହୋଇଥିଲେ ଅନନ୍ୟା । ଭିତରେ ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ତାଙ୍କୁ ପଚରାଉଚରା କରିଥିଲା । ତେବେ ଆସନ୍ତା ସୋମବାର ପୁଣି ଥରେ ହାଜର ହେବାକୁ ସମନ ଜାରି କରିଛି ଏନସିବି ।

ଆରୟାନ ସହ ଡ୍ରଗ୍ସ ନେଣଦେଣ ନେଇ ହ୍ୱାଟ୍ସଆପରେ ଅନନ୍ୟା ପାଣ୍ଡେ ଚାଟ୍ କରିଥିବା ଜଣାପଡିବା ପରେ ତାଙ୍କୁ ସମନ୍ ଜାରି କରିଥିଲା ଏନ୍‌ସିବି । ଏହି ଘଟଣାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।