ayezakhan

ଶ୍ରୀଦେବୀଙ୍କ ସୁପରହିଟ୍ ଗୀତରେ ଧମାଲ୍ ମଚାଇଲେ ପାକିସ୍ତାନୀ ଅଭିନେତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ପାକିସ୍ତାନୀ ଅଭିନେତ୍ରୀ ଆୟଜା ଖାନ୍ ବଲିଉଡ୍ ର ଦିବଗଂନ୍ତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଏକ ଲୋକପ୍ରିୟ ଗୀତରେ ଖୁବ୍ ମଜାର ସହ ଡ୍ୟାନ୍ସ କରିଛନ୍ତି । ଆୟଜା ଶ୍ରୀଦେବୀଙ୍କ ସୁପରହିଟ୍ ଫିଲ୍ମ “ଚାନ୍ଦିନୀ”ର ଲୋକପ୍ରିୟ ଗୀତ “ମେରେ ହାଥୋ ମେ ନୋ ନୋ ଚୁଡ଼ିୟା ହେ” ରେ ଡ୍ୟାନ୍ସ୫ କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରାଯାଇଛି । ଆୟଜା ଖାନ୍ ଙ୍କ ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ଆୟଜା ଖାନ୍ ଙ୍କ ଏହି ଭିଡ଼ିଓକୁ କେବଳ ପାକିସ୍ତାନ ନୁହେଁ ବରଂ ଭାରତରେ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହି ଭିଡ଼ିଓରେ ଆୟଜା ନାଲି ରଙ୍ଗର ଟ୍ରାଡିସିନାଲ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି । ୟଶ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ “ଚାନ୍ଦିନୀ” ୧୯୮୯ ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଶ୍ରୀଦେବୀଙ୍କ ସହ ଋଷି କପୁର ଏବଂ ବିନୋଦ ଖାନ୍ନା ମଧ୍ୟ ଅଭିନୟ କରିଥିଲେ । ରିଲିଜ୍ ପରେ ଏହି ଫିଲ୍ମ ସୁପରହିଟ୍ ହୋଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁକୁ ୩ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜି ଦର୍ଶକ ତାଙ୍କର ଏହି ଗୀତରେ ଭରପୁର୍ ମଜା ଉଠାଇଥାନ୍ତି ।

https://www.instagram.com/p/CUDRqedBK41/?utm_source=ig_web_copy_link

ଶ୍ରୀଦେବୀଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ରହିଛନ୍ତି । ଯାହାର ବଡ ଉଦାହରଣ ହେଉଛି ଆୟଜା ଖାନ୍ ଙ୍କ ଏହି ଭିଡ଼ିଓ ।

ଅନ୍ୟମାନଙ୍କୁ ଜଣାନ୍ତୁ।