You are currently viewing ଭଉଣୀଙ୍କ ବିବାହରେ ସାମିଲ ହେବେନି ପ୍ରିୟଙ୍କା; ସେୟାର କଲେ ସ୍ପେଶାଲ ନୋଟ୍‌

ଭଉଣୀଙ୍କ ବିବାହରେ ସାମିଲ ହେବେନି ପ୍ରିୟଙ୍କା; ସେୟାର କଲେ ସ୍ପେଶାଲ ନୋଟ୍‌

ମୁମ୍ବାଇ: ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କର ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୨୪ରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା। ବର୍ତ୍ତମାନ ବିବାହର ରୀତିନୀତି ଆରମ୍ଭ ହୋଇଯାଇଛି। ଉଭୟ ପରିବାର ଉଦୟପୁର ପହଞ୍ଚିଛନ୍ତି। ଏହି ବିବାହରେ ରାଜନୀତି ଏବଂ ବଲିଉଡର ଅନେକ ତାରକା ଯୋଗଦେବେ କିନ୍ତୁ ଭଉଣୀ ପ୍ରିୟଙ୍କା ଚୋପ୍ରା ଏହି ବିବାହ ଉତ୍ସବରେ ଯୋଗଦେବେ ନାହିଁ। ବିବାହରେ ଯୋଗଦେବା ପାଇଁ ପ୍ରିୟଙ୍କା ଏ ପର୍ୟ୍ୟନ୍ତ ଭାରତ ଆସିନାହାଁନ୍ତି। ପ୍ରିୟଙ୍କାଙ୍କ ଅନୁପସ୍ଥିତି ତାଙ୍କ ବିବାହ ଉତ୍ସବରେ ଯୋଗ ନଦେବା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ଏହି ସମୟରେ ପ୍ରିୟଙ୍କା ତାଙ୍କ ଇନଷ୍ଟା ଷ୍ଟୋରୀ ପରିଣୀତିଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଛନ୍ତି। ଭଉଣୀଙ୍କ ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମୁଁ ଆଶା କରେ ତୁମେ ତୁମର ବଡ ଦିନରେ ଖୁସି ଏବଂ ସନ୍ତୁଷ୍ଟ ହେବ, ଢେର ସାରା ଭଲ ପାଇବା।

ଅନ୍ୟମାନଙ୍କୁ ଜଣାନ୍ତୁ।