You are currently viewing ନବବର୍ଷରେ ପ୍ରିୟଙ୍କାଙ୍କ ହଲିଉଡ ଫିଲ୍ମ ‘ ୱି କ୍ୟାନ ବି ହିରୋଜ୍‌’

ନବବର୍ଷରେ ପ୍ରିୟଙ୍କାଙ୍କ ହଲିଉଡ ଫିଲ୍ମ ‘ ୱି କ୍ୟାନ ବି ହିରୋଜ୍‌’

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନୂଆବର୍ଷରେ ନିଜ ଫ୍ୟାନ୍ସ ମାନଙ୍କୁ ଏକ ହଲିଉଡ ଚଳଚ୍ଚିତ୍ର ଭେଟି ଦବାକୁ ଯାଉଛନ୍ତି । ଯାହାର ନାମ ହେଉଛି ‘ୱି କ୍ୟାନ ବି ହିରୋଜ୍‌’ । ଏହି ଫିଲ୍ମର ଏକ ଟିଜର ଭିଡିଓ ସେ ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଏହି ଫିଲ୍ମର ସୁଟିଂକୁ ନେଇ ମୋର ଭଲ ଅନୁଭୂତି ରହିଛି। ନିର୍ଦ୍ଦେଶକ ରବର୍ଟ ରୋଡ୍ରିଗେଜ୍ ଓ ଏହି ସୁପର କିଡ୍ସମାନଙ୍କ ସହ ସୁଟିଂ ସମୟକୁ ବେଶ୍ ଭଲ ଭାବେ ଉପଭୋଗ କରିଛି । ଭିଡିଓରେ ତାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।