You are currently viewing ରିଲିଜ ହେଲା ‘ଆନିମଲ’, ବକ୍ସ ଅଫିସରେ ଆଣିପାରେ ସୁନାମି

ରିଲିଜ ହେଲା ‘ଆନିମଲ’, ବକ୍ସ ଅଫିସରେ ଆଣିପାରେ ସୁନାମି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଜି ସିନେମା ହଲରେ ମୁକ୍ତିଲାଭ ହୋଇଛି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ରିଲିଜ ହେବାର ପ୍ରଥମ ଦିନରେ ହିଁ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିଛି। ଫିଲ୍ମର ପ୍ରଥମ ଦିନର ପ୍ରଥମ ସୋ ଦେଖିବା ପରେ ଦର୍ଶକ ଏହାକୁ ନେଇ ପଜେଟିବ୍‌ ରିଭ୍ୟୁ ମଧ୍ୟ ସେୟାର କରିଛନ୍ତି। 

ଫିଲ୍ମରେ ରଣବୀର କପୁର ଓ ରଶ୍ମୀକା ମନ୍ଦନା ଉଭୟଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଫିଲ୍ମକୁ ନେଇ ରଣବୀର ଓ ରଶ୍ମୀକାଙ୍କ ସବୁ ଫ୍ୟାନ୍ସ ନିଜର ଉତ୍ସାହ ଦେଖାଇଛନ୍ତି। ନେଟେନିଜେନ୍ସ ରଣବୀରଙ୍କର ଅଧିକ ପ୍ରଶଂସା କରିଛନ୍ତି ଏବଂ ଫିଲ୍ମକୁ “ମେଗା ବ୍ଲକବଷ୍ଟର” ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ପ୍ରଥମ ଦିନର ରୋଜଗାର ମଧ୍ୟ ସାମ୍ନାକୁ ଆସିଛି । ଏପରି ଭାବେ ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମକୁ ନେଇ ଅନେକ ପ୍ରଶଂସା ମିଳିଛି ।

ସେହିପରି ତରନ ଆଦର୍ଶ ଟ୍ୱିଟ୍ କରି କହିଛନ୍ତି, ‘ଆନିମଲ’ ଏକ ଚମତ୍କାର ଉନ୍ମୋଚନ କରିଛି। ସହରାଞ୍ଚଳରୁ ମେଗା-ଅଞ୍ଚଳ, ମଲ୍ଟିପ୍ଲେକ୍ସରୁ ସିଙ୍ଗଲ୍ ସ୍କ୍ରିନ୍ ପର୍ଯ୍ୟନ୍ତ, ଟାୟାର୍ -1 ରୁ ଟାୟାର୍-୨ ଏବଂ ଟାୟର୍ -3, ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ  ପର୍ଯ୍ୟନ୍ତ ସବୁଆଡେ ‘ଆନିମଲ’। ଏହି ସିନେମା ରଣବୀର କପୁରଙ୍କ ସବୁଠୁ ବଡ ଓପନର୍ ହେବ ନିଶ୍ଚିତ।

ସୂଚନା ମୁତାବକ, ଅନୁମାନ କରାଯାଉଛି ଯେ ଏହି ଫିଲ୍ମ ପ୍ରଥମ ଦିନରେ ସାରା ଦେଶରେ ୬୦ କୋଟି ଟଙ୍କା ରୋଜଗାର କରିଛି । ଏହା ସହ ପୂରା ବିଶ୍ୱରେ ଫିଲ୍ମର ଫାର୍ଷ୍ଟ ଡେ ରେ କଲେକ୍ସନ୍‌ ୧୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ ।

ଏହି ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମୀକା ମନ୍ଦନା, ଅନିଲ କପୁର, ବବି ଦେଓଲ ଏବଂ ଟ୍ରୁପ୍ଟି ଡିମ୍ରି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଫିଲ୍ମ ‘ଆନିମଲ’କୁ ‘ଏ’ ସାର୍ଟିଫିକେଟ୍ ଦେଇଛି ଏବଂ ଏହାର ଚାଲିବା ସମୟ ହେଉଛି ପ୍ରାୟ ୩ ଘଣ୍ଟା ୩୫ ମିନିଟ୍ ରହିଛି । ଲୋକମାନେ ଏହି ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।