You are currently viewing ୪୬୫ ଥର ବିବାହ କରିଛନ୍ତି ରାନୀ ଚାଟାର୍ଜୀ

୪୬୫ ଥର ବିବାହ କରିଛନ୍ତି ରାନୀ ଚାଟାର୍ଜୀ

ମୁମ୍ବାଇ (୨୫.୧୦.୨୨) : ଭୋଜପୁରୀ ଇଣ୍ଡଷ୍ଟିର ରାଣୀ ହେଉଛନ୍ତି ଅଭିନେତ୍ରୀ ରାନୀ ଚାଟାର୍ଜୀ । ଅଭିନେତ୍ରୀ କେବଳ ନିଜ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଛନ୍ତି।  ଏହି ଅଭିନେତ୍ରୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଏହି କାରଣରୁ ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ସବୁଠି।   ଏହି ଅଭିନେତ୍ରୀ ଏପର୍ଯ୍ୟନ୍ତ ୪୬୫ଥର ହୋଇ ସାରିଛନ୍ତି କନିଆଁ। ବର୍ଷ ବର୍ଷ ଧରି ରାନୀ ଚାଟାର୍ଜୀ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି।

ଆଜି ମଧ୍ୟ ତାଙ୍କ ଜଲୱା ଜାରି ରହିଛି। ତେବେ ରାନୀଙ୍କୁ ଏମିତି ଭୋଜପୁରୀ କୁଇନ୍ କୁହାଯାଏନି, ତାଙ୍କ ଲୁକ୍ ସହ ଜବରଦସ୍ତ ଅଭିନୟ ଜିଣେ ଲୋକଙ୍କ ମନ। ଏହି କାରଣ ପାଇଁ  ଆଜି ବି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ । ରାନୀଙ୍କ ନାଁ ଇଣ୍ଡଷ୍ଟ୍ରି ଅନେକ ଅଭିନେତାଙ୍କ ସହ  ଯୋଡ଼ା ଯାଇଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ।  ଯଦିଓ ତାଙ୍କ ଦିୱାନାଙ୍କ କମି ନାହିଁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ରାନୀ ବିବାହଠାରୁ ରହିଛନ୍ତି ଦୂରରେ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତବ ଜୀବନରେ ବିବାହ କରିନଥିବା ରାନୀ ୪୬୫ଥର ପରଦାରେ ହୋଇଛନ୍ତି କନିଆଁ।   ରାନୀ ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।

  ଅଭିନୟ କ୍ୟାରିୟରର ଏତେ ବର୍ଷ ମଧ୍ୟରେ ରାନୀ ଶହ ଶହ ଥର ପରଦା ଉପରେ ବିବାହ କରିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କୁ ଆଗାମୀ ଚଳଚ୍ଚିତ୍ରରେ ବ୍ରାଇଡାଲ ଗେଟଅପରେ ଦେଖିବାକୁ ମିଳିବ। ରାନୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେହି ଫିଲ୍ମ ଗୁଡିକରେ ସେ ୪୬୫ଥର ବିବାହ କରିଛନ୍ତି।  ଏବେ ‘ଗ୍ୟାଙ୍ଗଷ୍ଟର ଅଫ୍ ବିହାର’ ଫିଲ୍ମରେ ବି ନେବେ କନିଆଁ ବେଶ। ଆଉ ପ୍ରଶଂସକମାନଙ୍କୁ ପୁଣି କରିବେ ପାଗଳ। ଭୋଜପୁରୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ଚାଟାର୍ଜୀ ଯେତିକି ଚର୍ଚ୍ଚିତ ତାଙ୍କ ପାଉଣା ବି ସେତେ ଅଧିକ।  

ଅନ୍ୟମାନଙ୍କୁ ଜଣାନ୍ତୁ।