You are currently viewing ଅଡିସନ ନଦେଇ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି ରଶ୍ମିକା, ଜାଣନ୍ତୁ କେମିତି

ଅଡିସନ ନଦେଇ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି ରଶ୍ମିକା, ଜାଣନ୍ତୁ କେମିତି

ମୁମ୍ଵାଇ ୦୫/୦୪, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁରେ  ଦର୍ଶକଙ୍କୁ ବାନ୍ଧିରଖିଥିବା ସାଉଥ୍ ଅଭିନେତ୍ରୀ  ରାଶ୍ମିକା ମନ୍ଦାନା ଆଜି ନିଜର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ପ୍ରଶଂସକ ମାନେ ତାଙ୍କୁ ବିଭିନ୍ନ ତରିକାରେ  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରଶ୍ମିକା ଅପ୍ରେଲ୫,୧୯୯୬ରେ କର୍ଣ୍ଣାଟକର ବିରଜପେଟରେ ଜନ୍ମ ଗ୍ରହଣ କରିଥିଲେ । କନ୍ନଡ ସିନେମାରୁ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।  ଏହାପେର ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ । ରଶ୍ମିକା ମୈଶୁର  ଇନଷ୍ଟ୍ୟୁଚୁଟରୁ କମର୍ସ ଆଣ୍ଡ ଆଟର୍ସରେ ୟୁନିଭର୍ସିଟି କୋର୍ସ କରିବା ସହ ଜର୍ଣ୍ଣାଲିଜିମ ଏବଂ ଇଂରାଜୀ ଲିଟରେଚରରେ ଗ୍ରାଜୁଏସନ ମଧ୍ୟ କରିଛନ୍ତି। 

ରଶ୍ମିକା ଏକ ସାକ୍ଷାତକାରାରରେ କହିଛନ୍ତି, ମୁଁ କେବେ ହେଲେ ଆକ୍ଟ୍ରେସ ହେବାକୁ ଚାହୁଁନଥିଲି । କିନ୍ତୁ ସଂଯୋଗବଶତଃ ହୋଇଗଲି । ମୁଁ କେବେ କୌଣସି ଆକ୍ଟି୍‌ଙ୍ଗ ସ୍କୁଲରେ ପାଠ ପଢିନି କି ଆକ୍ଟିଙ୍ଗ ଶିଖିନି କି କେବେ ଫିଲ୍ମ ପାଇଁ ଅଡିସନ ମଧ୍ୟ ଦେଇନାହିଁ । ସେ ଆହୁରି ମଧ୍ୟ କହିଥିଲେ କି ୨୦୧୪ରେ ରାଷ୍ଟ୍ରିୟସ୍ତର ଫ୍ୟାସନ ପ୍ରତିଯୋଗିତାରେ  ବିଜେତା ହୋଇଥିଲେ। ସେତେବେଳେ ତାଙ୍କର ଫଟୋ ଖବରକାଗଜରେ ଦେଖିବା ପରେ ତାଙ୍କୁ କନ୍ନଡ ଫିଲ୍ମ ପାଇଁ ଜଣେ ନିର୍ମାତା ଯୋଗାଯୋଗ କରିଥିଲେ । ଏହା ପରେ ପରେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳି ଚାଲିଲା ।

ରଶ୍ମିକା ନିଜ କ୍ୟାରିୟର ୨୦୧୬ରେ ମୁକ୍ତିଲାଭ କରିଥିବା କନ୍ନଡ ଫିଲ୍ମ ‘କିରକି ପାର୍ଟି’ରୁ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ବେଶ ପରିଚୟ ଦେଇଥିଲା ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଡିୟର କମରେଡ’ । ଏଥରେ ସେ ଅଭିନେତା ବିଜୟଦେବ ରକୋଣ୍ଡାଙ୍କ ସହ ଅଭିନୟ କରିଥିଲେ । ଜଣେ ମହିଳା କ୍ରିକେଟର  ଭାରତୀୟ ମହିଳା ଟିମରେ ଖେଳିବାର ସ୍ୱପ୍ନ ନେଇ  ଆଗକୁ ବଢିବାର ଭୁମିକାରେ ଅଭିନୟ କରିଥିଲେ ।

ସେହିପରି ରଶ୍ମିକା ବଲିଉଡରେ ଏଣ୍ଟ୍ରି କରିବା ବିଷୟରେ  କହିଥିଲେ କି ‘ଡିୟର କମରେଡ’ ପରେ  ତାଙ୍କୁ ନିଜ ଦକ୍ଷତା ବଳରେ ହିନ୍ଦୀ ଫିଲ୍ମ ‘ମିଶନମଜନୁ’ ରେ ଅଭିନୟ କରିବାର ସୁଯୋଗ ମିଳିଛି । ଏହି ଫିଲ୍ମରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିବେ । ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିଛନ୍ତି । ରଶ୍ମିକା ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।  ଏହି ଫିଲ୍ମଟି ଜୁନ୧୦,୨୦୨୨ରେ ମୁକ୍ତିଲାଭ କରିବାକୁ ଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।