You are currently viewing ଟାଇଗର-୩କୁ ନେଇ ବଲିଉଡ୍‌ରେ ହଇଚଇ ସୃଷ୍ଟି କଲେ ସଲମାନ; ବକ୍ସ ଅଫିସରେ ନୂଆ ରେକର୍ଡ

ଟାଇଗର-୩କୁ ନେଇ ବଲିଉଡ୍‌ରେ ହଇଚଇ ସୃଷ୍ଟି କଲେ ସଲମାନ; ବକ୍ସ ଅଫିସରେ ନୂଆ ରେକର୍ଡ

ମୁମ୍ବାଇ: ସଲମାନ ଖାନଙ୍କ ଟାଇଗର-୩ ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଟାଇଗର-୩ ମାତ୍ର ଦୁଇ ଦିନରେ ୧୦୦ କୋଟି ଆୟ କରିଥିବା ବେଳେ ୪ ଦିନରେ ଫିଲ୍ମ ୧୬୯.୬୦ କୋଟି ଆୟ କରିସାରିଲାଣି। ଏହି ସଫଳତାକୁ ନେଇ ବଲିଉଡ୍‌ର ସଲମାନ ବର୍ତମାନ ଏକ ନୂଆ ରେକର୍ଡ କରିଛନ୍ତି। କାରଣ ଟାଇଗର-୩ ସଲମାନ ଖାନ୍‌ଙ୍କ ୧୭ ତମ ଫିଲ୍ମ ଭାବରେ ୧୦୦ କୋଟି କ୍ଲବ୍‌ରେ ସାମିଲ୍ ହୋଇଛି। ଏହା ପୂର୍ବରୁ କୌଣସି ବଲିଉଡ୍‌ ଷ୍ଟାରଙ୍କର ଏତେ ସଂଖ୍ୟକ ଫିଲ୍ମ ବକ୍ସ ଅଫିସ୍‌ରେ ୧୦୦ କୋଟି ଆୟ କରିପାରି ନାହିଁ।

ତେବେ ସୂଚନା ଥାଉ କି ବକ୍ସ ଅଫିସ୍‌ରେ ୧୦୦ କୋଟି ଆୟ କରିଥିବା ସର୍ବାଧିକ ଫିଲ୍ମ ତାଲିକାରେ ସଲମାନ ଖାନ୍‌ଙ୍କ ପରେ ଅକ୍ଷୟ କୁମାରଙ୍କ ଫିଲ୍ମ ରହିଛି। ଅକ୍ଷୟଙ୍କର ୧୬ଟି ଫିଲ୍ମ ବକ୍ସ ଅଫିସ୍‌ରେ ୧୦୦ କୋଟିରୁ ଅଧିକ ଆୟ କରିବାରେ ସକ୍ଷମ ହୋଇଛି। ନିକଟରେ ଅକ୍ଷୟଙ୍କର ଓମ୍‌ଜି-୨ ଫିଲ୍ମଟି ୨୨୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।