You are currently viewing ମୁକ୍ତିଲାଭ କଲା  ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାଣ୍ଟିକ ଗୀତ ‘ମେରେ ୟାରା’ର ଟିଜର

ମୁକ୍ତିଲାଭ କଲା ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାଣ୍ଟିକ ଗୀତ ‘ମେରେ ୟାରା’ର ଟିଜର

ମୁମ୍ବାଇ ୨୬/୧୦: ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶୀ ଫିଲ୍ମକୁ  ସମସ୍ତେ ଅପେକ୍ଷା କରିଛନ୍ତି ।  ସମସ୍ତେ ଏହି ଚଳଚ୍ଚିତ୍ରକୁ ଯଥାଶୀଘ୍ର ଦେଖିବାକୁ ଚାହାଁନ୍ତି । ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଲୋକମାନେ ଅକ୍ଷୟ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଏକାଠି ଦେଖିବାକୁ  ବ୍ୟସ୍ତ ହୋଇ ପଡିଛନ୍ତି । ବର୍ତ୍ତମାନ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କେଫଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ପ୍ରଥମ ରୋମାଣ୍ଟିକ ଗୀତର ଟିଜର ମୁକ୍ତିଲାଭ କରିଛି। ଏହି ଗୀତ ଆସନ୍ତାକାଲି ମୁକ୍ତିଲାଭ କରିବ ।

ସୂର୍ଯ୍ୟବଂଶୀ ର ଏହି ରୋମାଣ୍ଟିକ୍ ଗୀତ ମେରେ ୟାରା ଅଟେ । ଏହି ଟିଜରରେ  ଅକ୍ଷୟ କୁମାର ଏବଂ କ୍ୟାଟ୍ରିନାଙ୍କ ଯୋଡି ଖୁବ ସୁନ୍ଦର ଦେଖାଯାଉଛନ୍ତି ।ଗୀତ ଶେଷ ହେବା ମାତ୍ରେ ଅକ୍ଷୟ କୁମାର ଗୋଟିଏ  ଗୋଡରେ ଅଣ୍ଠେଇ ଥିବାର ଦେଖିପାରିବେ ଏବଂ ସେ କ୍ୟାଟ୍ରିନାଙ୍କୁ ପ୍ରପୋଜ କରୁଛନ୍ତି ।   ଏହି ଗୀତକୁ ଅରିଜିତ ସିଂ ଏବଂ ନୀତି ମୋହନ ଗାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।