katrina

ଡିସେମ୍ବରରେ ବିବାହ ବନ୍ଧନରେ ଯୋଡି ହେବେ କ୍ୟାଟ୍ରିନା-ଭିକ୍କୀ

ଗତ କିଛି ସପ୍ତାହ ଧରି ଖବର ଶୁଣିବାକୁ ମିଳୁଛି କ୍ୟାଟ୍ରିନା କୈଫ୍ ଏବଂ ଭିକ୍କୀ କୌସଲ ବିବାହ ବନ୍ଧନରେ ଯୋଡି ହେବାକୁ ଯାଉଛନ୍ତି । ଏନେଇ ଉଭୟଙ୍କ ଡିଜାଇନର୍ ପୋଷାକ ଏବଂ ବିବାହ ସ୍ଥଳ ସହ ଜଡିତ ଅନେକ ଖବର ସାମ୍ନାକୁ ଆସୁଛି, ଯାହା ବିଷୟରେ ଜାଣିବା ପାଇଁ ମଧ୍ୟ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏସବୁ ଭିତରେ ବର୍ତ୍ତମାନ ସୂଚନା ଅନୁଯାୟୀ ଉଭୟ ବିବାହର ପ୍ରସ୍ତୁତି ପାଇଁ କାମରୁ ବ୍ରେକ୍ ନେବାକୁ ଯାଉଛନ୍ତି ।

ବର୍ତ୍ତମାନ କ୍ୟାଟ୍ରିନା କୈଫ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ପ୍ରମୋସନରେ ବ୍ୟସ୍ତ ଅଛନ୍ତି, ଯାହା ନଭେମ୍ବର ୫ ରେ ରିଲିଜ ହେବ। ଏହି ଫିଲ୍ମ ରିଲିଜ ହେବା ପରେ କ୍ୟାଟ୍ରିନା ସଲମାନ ଖାନଙ୍କ ସହ ଟାଇଗର ୩ ର ସୁଟିଂ ଆରମ୍ଭ କରିବେ । ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୨ ରୁ ଆରମ୍ଭ ହେବ।

ସୂଚନା ମୁତାବକ ଭିକ୍କୀ କୌସଲ ଏବଂ କ୍ୟାଟ୍ରିନା କୈଫ୍ ଆସନ୍ତା ୭ ଡିସେମ୍ବରରୁ ୯ ଡିସେମ୍ବର ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏନେଇ ଉଭୟ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ବିବାହ କରିବାକୁ ନେଇ ବିଚାର କରୁଛନ୍ତି।

ବିବାହ ଉତ୍ସବରେ ଯୋଗଦେବେ ସଲମାନ ଖାନ

ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା-ଭିକ୍କୀ ସଲମାନ ଖାନ ଏବଂ ତାଙ୍କ ପରିବାରର ନାମ ସମେତ ବିବାହ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଅନ୍ୟପଟେ ଶୁଣିବାକୁ ମିଳିଛି ଉଭୟଙ୍କ ବିବାହ ପାଇଁ ଡ୍ରେସ୍ ଡିଜାଇନ୍ ଲୋକପ୍ରିୟ ଡିଜାଇନର୍ ସାବ୍ୟାସାଚି ଡିଜାଇନ୍ କରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।