donkey

ଡିସେମ୍ବର ୨୨ରେ ଆସିବନି ‘ଡଙ୍କି’

ମୁମ୍ବାଇ: ଶାହରୁଖଙ୍କ ଚଳିତ ବର୍ଷର ତୃତୀୟ ଫିଲ୍ମ ଡଙ୍କିକୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି। ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହାର ରିଲିଜ୍ ତାରିଖକୁ ନେଇ ଦ୍ବନ୍ଦ ଉପୁଜିଥିଲା। ପ୍ରଥମେ ଖବର ଆସିଥିଲା ଯେ, ଡିସେମ୍ବର ୨୨ରେ ଫିଲ୍ମ ସିନେମା ହଲ୍‌ରେ ରିଲିଜ୍ ହେବ ଏବଂ ବିଦେଶରେ ଏହା ନଭେମ୍ବର ୨୧ରେ ପରଦାକୁ ଆସିବ। ତେବେ ରାଜକୁମାର ହିରାନୀ ନୂତନ ପୋଷ୍ଟର ସହ ସ୍ପଷ୍ଟ କରିଛନ୍ତି, ୱାର୍ଲ୍ୱାଇଡ୍ ଡିସେମ୍ବର ୨୧ରେ ଡଙ୍କି ପ୍ରେକ୍ଷାଳୟକୁ ଆସିବ। ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହାର ପୋଷ୍ଟର ସେୟାର କରି ୨୦୨୩ ଡିସେମ୍ବର ୨୧ ତାରିଖରେ ରିଲିଜ୍ ହେବା ନେଇ ଏକ୍ସ ପ୍ଲାଟଫର୍ମରେ ଲେଖୁଛନ୍ତି।

 

ଅନ୍ୟମାନଙ୍କୁ ଜଣାନ୍ତୁ।