You are currently viewing ଘୁଞ୍ଚିଲା କଙ୍ଗନାଙ୍କ ଇମରଜେନ୍ସି’ର ରିଲିଜ୍ ତାରିଖ

ଘୁଞ୍ଚିଲା କଙ୍ଗନାଙ୍କ ଇମରଜେନ୍ସି’ର ରିଲିଜ୍ ତାରିଖ

ମୁମ୍ବାଇ : ବଦଳିଲା ‘ଇମରଜେନ୍ଟ’ର ତାରିଖ। ଘୁଞ୍ଚିଲା ଅପକମିଙ୍ଗ୍ ଫିଲ୍ମ ‘ଇମରଜେନ୍ସି’ର ରିଲିଜ ଡେଟ୍। ଚଳିତ ବର୍ଷ ପରଦାକୁ ଆସିବନି ଇମରଜେନ୍ସି। ଏନେଇ ବଲିଉଡର କୁଇନ୍ କଙ୍ଗନା ରଣାୱତ ଖୋଦ୍ ସୂଚନା ଦେଇଛନ୍ତି। କଙ୍ଗନା ପୁଣିଥରେ ତାଙ୍କ ଫିଲ୍ମ ‘ତେଜସ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ତାଙ୍କର ଆଉ ଏକ ଫିଲ୍ମ ‘ଇମରଜେନ୍ସି’କୁ ନେଇ ସେ ସେୟାର କରିଛନ୍ତି ନୂଆ ଅପଡେଟ୍। ଚଳିତ ବର୍ଷ ଫିଲ୍ମ ‘ଏମରଜେନ୍ସି’ ରିଲିଜ ହେବ ନାହିଁ । ଏହି ଫିଲ୍ମର ରିଲିଜ ଡେଟ୍‌କୁ ବଦଳାଇ ଦିଆଯାଇଛି । ଚଳିତ ବର୍ଷ ନଭେମ୍ବର ୨୪ରେ ଫିଲ୍ମଟି ରିଲିଜ ହୋଇଥାନ୍ତା। ତେବେ ଅତ୍ୟଧିକ କାମ ବ୍ୟସ୍ତତା ଯୋଗୁ ଆସନ୍ତା ବର୍ଷ ଶେଷ ଆଡକୁ ଏହି ଫିଲ୍ମ ରିଲିଜ ହେବ ବୋଲି କଙ୍ଗନା ସୋସାଲ ମିଡିଆରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ଫିଲ୍ମ ମୋ ପୂରା ଜୀବନର ଲଭିଂ ଆଉ ଏଣ୍ଡିଂ । ଏହା ମୋ ପାଇଁ କେବଳ ଏକ ଫିଲ୍ମ ନୁହେଁ, ଜଣେ ମଣିଷ ଭାବେ ଏଥରେ ମୋର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ମୋର ଏହି ଫିଲ୍ମ ଆଉ ଚରିତ୍ରକୁ ବେଶ୍ ଭଲପାଇବା ମିଳିଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଉଲ୍ଲେଖଯୋଗ୍ୟ ଏହି ଫିଲ୍ମଟି ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ। କଙ୍ଗନାଙ୍କୁ ଏହି ଫିଲ୍ମରେ ଇନ୍ଦିରା ଗାନ୍ଧୀ ଭୂମିକାରେ ଦେଖିବାକୁ ମିଳିବ। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ମଧ୍ଯ ନେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।