You are currently viewing ରିଲିଜ ହେଲା ଫିଲ୍ମ ‘Runway34’ର ଦମଦାର ଟ୍ରେଲର

ରିଲିଜ ହେଲା ଫିଲ୍ମ ‘Runway34’ର ଦମଦାର ଟ୍ରେଲର

ମୁମ୍ଵାଇ-୨୨/୦୩, ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ରନୱେ୩୪’  ଚଳିତ ବର୍ଷ  ଇଦରେ ମୁକ୍ତିଲାଭ କରିବାକୁ ଯାଉଛି । ନିଜର ବହୁମୁଖୀ ପ୍ରତିଭା ଓ ଆକ୍ସନ ପାଇଁ ବେଶ ଜଣାଶୁଣା ଅଭିନେତା ଅଜୟ ଦେବଗନ  ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତା ରୂପେ ବେସ ଖ୍ୟାତି ଅର୍ଜନ କରିଛନ୍ତି ।  ତାଙ୍କ ଅଭିନୀତ ଏହି ‘ରନୱେ୩୪’ ଫିଲ୍ମ  ଦର୍ଶକଙ୍କୁ  ଭିନ୍ନ ଧରଣର ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା ରହିଛି ।

ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ରନୱେ୩୪’ କ୍ୟାପଟେନ ବିକ୍ରମ ଖନ୍ନାଙ୍କ ଜୀବନି   ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ କ୍ୟାପଟେନ ବିକ୍ରମ ଖନ୍ନାଙ୍କ ଚରିତ୍ରରେ  ଅଭିନୟ କରିଥିବା ବେଳେ  ବିଗବି ଅମିତାଭ ମଧ୍ୟ  ଏଥିରେ ନଜର ଆସିଛନ୍ତି  ଏବଂ ସହ ପାଇଲଟ ଭୂମିକାରେ ରକୁଲ ପ୍ରୀତ ଅଭିନୟ କରିଛନ୍ତି ।

ସୂଚନାଯୋଗ୍ୟ  ଫିଲ୍ମଟି ଇଦ ଉପଲକ୍ଷେ ମୁକ୍ତିଲାଭ କରିବାକୁଥିବା ବେଳେ  ବର୍ତ୍ତମାନ ଏହାର ଟ୍ରେଲର ରିଲିଜ ହୋଇସାରିଛି । ଏହି ଟିଜରକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ୪୮ ସେକେଣ୍ଡର ପ୍ରସ୍ତୁତ ହୋଇଥିବା ଏହି ଟ୍ରେଲରେ ଅଜୟ ଦେବଗନ ପାଇଲଟଙ୍କ ସହ ନିଜେ ବିମାନ ଉଡାଉଥିବା ବେଳେ ତାଙ୍କ ମୁହଁରେ ଡର ଏବଂ ଭୟ ଦେଖିବାକୁ ମିଳିଛି। ସେହିଭଳି ଏହି ଟିଜରରେ ଅମିତାଭ ବଚ୍ଚନଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ଫିଲ୍ମରେ ଅଜୟ ଦେବଗନ ଏବଂ ବିଗ ବି ଙ୍କ ବ୍ୟତୀତ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, କ୍ୟାରି ମିନାଟି, ବୋମନ ଇରାନୀ ଏବଂ ଆକାଂକ୍ଷା ସିଂହ ପ୍ରମୁଖ ଭୂମିକାରେ ନଜର ଆସିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।