You are currently viewing ଜାଣନ୍ତୁ, ପୋର୍ଟଫୋଲିଓ ଡାଏଟ କଣ ?

ଜାଣନ୍ତୁ, ପୋର୍ଟଫୋଲିଓ ଡାଏଟ କଣ ?

ଖରାପ ଜୀବନଶୈଳୀ ଓ ଖାଦ୍ୟ ପାନୀୟ କାରଣରୁ କଲେଷ୍ଟ୍ରାଲ ସମସ୍ୟା ଦେଖା ଯାଇଥାଏl ଆଜିକାଲି ପ୍ରତ୍ୟେକ ଲୋକ ଏହାର ଶିକାର ହେଉଛନ୍ତି l ଏବଂ ଯେଉଁ କାରଣରୁ ସମସ୍ତେ ରୋଗରେ ପୀଡିତ ହେଉଛନ୍ତି l ଏପରି ସ୍ଥିତିରେ ପୋର୍ଟଫୋଲିଓ ଡାଏଟ ଖୁବ ହିତକର ହୋଇଥାଏl ଏହି ଖାଦ୍ୟ ଦ୍ୱାରା ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା ସହ କଲେଷ୍ଟ୍ରାଲ ମଧ୍ୟ ଦୂରେଇ ଯାଇଥାଏl ଆସନ୍ତୁ ଜାଣିବା,

ପୋର୍ଟଫୋଲିଓ ଡାଏଟ କଣ ?

ହାଇ କଲେଷ୍ଟ୍ରାଲରୁ ରକ୍ଷା ପାଇବା ପାଇଁ ଏହି ପୋର୍ଟଫୋଲିଓ ଡାଏଟ ପ୍ରସ୍ତୁତ କରାଯାଇଥାଏ l ଏହା ଗୋଟିଏ ଏଭଳି ଡାଏଟ ପ୍ୟାଟର୍ନ ଅଟେ, ଯାହାକି କଲେଷ୍ଟ୍ରାଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏl ଗବେଷକଙ୍କ ମତରେ ଏହାକୁ ପ୍ଲାଣ୍ଟ ବେସଡ଼ ଫୁଡ ଭାବରେ ପ୍ରସ୍ତୁତ କରାଯାଇଥାଏl ଏଥିରେ ଏଭଳି ଜିନିଷ ସାମିଲ କରାଯାଇଥାଏ, ଯାହା କଲେଷ୍ଟ୍ରାଲ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏl

ଏହି ପୋର୍ଟଫୋଲିଓ ଡାଏଟରେ କଣ ସବୁ ସାମିଲ ରହିଥାଏ :-

  • ଏହି ଖାଦ୍ୟରେ ଫାଇବରରେ ଭରପୁର ପ୍ରାକୃତିକ ଖାଦ୍ୟ ସାମିଲ କରାଯାଇଥାଏl ଏହି ଖାଦ୍ୟରେ ବିନ୍ସ, ଡାଲି, ଫଳ, ପନିପରିବା, ଏବଂ ବିଭିନ୍ନ ପ୍ରକାର ଶସ୍ୟ ସାମିଲ ରହିଥାଏ l ଏହିସବୁ ଖାଦ୍ୟ ଶରୀରରୁ ବ୍ୟାଡ଼ କଲେଷ୍ଟ୍ରାଲକୁ ନଷ୍ଟ କରିଥାଏ l
  • ହେଲଦି ଫ୍ୟାଟ ଓ ଉପଯୁକ୍ତ ପୋଷାକ ତତ୍ୱଯୁକ୍ତ କାଜୁ, ଅଳମଣ୍ଡ, ଅଖରୋଟ ଇତ୍ୟାଦି ସାମିଲ ରହଥାଏl ଯାହାକି କଲେଷ୍ଟ୍ରାଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏl
  • କିଛି ପ୍ଲାଣ୍ଟ ବେଶଡ଼ ଖାଦ୍ୟ୍ ଯେପରିକି ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ଏଥିରେ ସାମିଲ ରହିଥାଏl ଯାହା ବ୍ୟାଡ଼ କଲେଷ୍ଟ୍ରାଲକୁ ନିୟନ୍ତ୍ରଣ କରି ହାର୍ଟକୁ ସୁରକ୍ଷିତ ରଖିଥାଏ l
  • ପୋର୍ଟଫୋଲିଓ ଡାଏଟରେ ତୋଫୁ, ସୋୟାମିଲକ, ସାମିଲ କରାଯାଇଥାଏl ଯାହାକି ହାର୍ଟଆଟାକକୁ ଦୂର କରିବା ସହ କଲେଷ୍ଟ୍ରାଲକୁ ନିୟନ୍ତ୍ରଣ କରିଥାଏ l
ଅନ୍ୟମାନଙ୍କୁ ଜଣାନ୍ତୁ।