You are currently viewing ବାଣ ଫୁଟାଇ ୧୦ ଆହତ

ବାଣ ଫୁଟାଇ ୧୦ ଆହତ

ହାଇଦ୍ରାବାଦ (୨୫.୧୦.୨୨) : ଦୀପାବଳିରେ ଅଘଟଣ । ବାଣ ଫୁଟାଇବା ବେଳେ ୧୦ ଗୁରୁତ୍ୱର । ହାଇଦ୍ରାବାଦରେ ବାଣ ଫୁଟାଇ ଜଣେ ନାବାଳମ ସମେତ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଅଘଟଣରେ ନାବାଳକର ଆଖି ଫୁଟି ଯାଇଥିବା ସୂଚନା ମିଳିଛି । ଏଥିସହ ୩ ଜଣଙ୍କ ସର୍ଜରୀ କରାଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣ ପଡିଛି ।

ଗତ କାଲି ହାଇଦ୍ରାବାଦରେ ଏହି ଅଘଟଣ ଘଟିଛି । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଦୀପାବଳି ପୂର୍ବରୁ ହିଁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ତେବେ ଗତକାଲି ଏହି ନିୟମକୁ ଉଲ୍ଲଙ୍ଘନ କରି ପ୍ରବଳ ବାଣ ଫୁଟାଇ ଲୋକେ ଦୀପାବଳି ପାଳନ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।