You are currently viewing କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌

କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌

ଏଏନ୍ଏସ୍: ଆଜି ଶେଷ ହେଉଛି ୨ ହଜାର ଟଙ୍କିଆ ନୋଟ୍ ବଦଳର ଅବଧି। କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ଅର୍ଥାତ୍‌ ଆଜି ଦିନକ ପରେ ଆଉ ବଜାରରେ ୨ ହଜାରିଆ ନୋଟ୍‌ ଚଳିବ ନାହିଁ।

ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ପରେ ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ବି କରାଯାଇଥିଲା ଯାହା ଆଜି ଶେଷ ହେଉଛି । ଆଇବିଆଇର ଏମିତି ନିଷ୍ପତ୍ତି ପରେ ଅନେକ ମାତ୍ରାରେ ୨ ହଜାରିଆ ନୋଟ୍‌ ବ୍ୟାଙ୍କରେ ଜମା କରିଥିଲେ ଲୋକେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୩୧ ସୁଦ୍ଧା ୯୩ ପ୍ରତିଶତ ଫେରସ୍ତ ହୋଇସାରିଲାଣି । ହେଲେ ଏବେ ବି କିଛି ଟଙ୍କା ବଜାରରେ ଥିବା କୁହାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।