manipur

ମଣିପୁରର ବିଷ୍ଣୁପୁରରେ ହିଂସାକାଣ୍ଡ, ୩ ମୃତ

ଇମ୍ଫାଲ୍‌ (ଏଏନ୍ଏସ୍): ଶୁକ୍ରବାର ରାତିରେ ମଣିପୁର ରାଜ୍ୟର ବିଶ୍ନୁପୁର ଜିଲ୍ଲାରେ ଘଟିଥିବା ସାନି ହିଂସାକାଣ୍ଡରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଷ୍ଣୁପୁର ଜିଲ୍ଲାର କ୍ବାକ୍‌ତାରେ ମୃତ୍ୟୁ ହୋଇଥିବା ୩ ବ୍ୟକ୍ତି ଥିଲେ ମୈତେଇ ସମ୍ପ୍ରଦାୟର। ସେମାନଙ୍କର ମୃତ୍ୟୁ ପରେ ସେ ଅଞ୍ଚଳର ଭୀଷଣ ଗୁଳି ବର୍ଷଣ ‌ହେବା ସହ କୁକି ସମ୍ପ୍ରଦାୟର କିଛି ଲୋକଙ୍କ ଘର ପୋଡ଼ିଦିଆଯାଇଛି।

ବିଷ୍ଣୁପୁରରେ ନିରାପତ୍ତା ବଳ ସଶସ୍ତ୍ର ‘କୁକ୍‌ସି’ ମୁତୟନ କରିଥିବା ବେଳେ ଘଟଣାସ୍ଥଳରେ ସେମାନଙ୍କୁ ସହାୟତା କରିବା ଲାଗି ମଣିପୁର ପୁଲିସର କମାଣ୍ଡୋମାନଙ୍କୁ ପଠାଯାଇଛି।

ମୃତ ବ୍ୟକ୍ତିମାନେ ହେଉଛନ୍ତି, ଯୁମନାମ ଜିତେନ୍‌ ମୈତେଇ (୪୬), ଯୁମନାମ୍‌ ମୈତେଇ (୬୭) ଓ ପ୍ରେମକୁମାର ମୈତେଇ (୪୫)। ‘ବଫର୍‌ ଜୋନ୍‌’ ଅତିକ୍ରମ କରି ଦୁର୍ବୃତ୍ତ ଗୁଳି ମାରିଥିଲେ ବୋଲି ପୁଲିସ କହିଛି। ଗୁଳି ବାଜି ଜଣେ ମଣିପୁରୀ କମାଣ୍ଡୋଙ୍କ ଆହତ ହୋଇଛନ୍ତି। ସାନି ହିଂସାକାଣ୍ଡ ପରେ ବିଷ୍ଣୁପୁରର ପରିସ୍ଥିତି ଅଶାନ୍ତ ହୋଇପଡିଛି।

ସୂଚନା ଅନୁସାରେ, ମଣିପୁରର ୨୭ଟି ନିର୍ବାଚନ ମଣ୍ଡଳୀର ସମନ୍ବୟ କମିଟି ଡାକରା ଦେଇଥିବା ୨୪ ଘଣ୍ଟିଆ ଧର୍ମଘଟ ଇମ୍ଫାଲ୍‌ ଉପତ୍ୟକାରେ ସ୍ବାଭାବିକ ଜୀବନଧାରାରେ ବ୍ୟାଘାତ ସୃଷ୍ଟି କରିଛି। ଦୋକାନ ବଜାର ବନ୍ଦ ଅଛି। ଏହି ଧର୍ମଘଟ ଯୋଗୁଁ ସ୍କୁଲ୍‌ ମଧ୍ୟ ବନ୍ଦ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।