parliament

ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନରେ ନିଲମ୍ବିତ ହେଲେ ୪୯ ସାଂସଦ 

ଏଏନଏସ: ଆଜି ପୁଣି ନିଲମ୍ବିତ ହେଲେ ୪୯ ଲୋକସଭା ସାଂସଦ । ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ବିତୀୟ ଦିନରେ ୪୯ ବିରୋଧୀ ସାଂସଦଙ୍କୁ ପାର୍ଲାମେଣ୍ଟରୁ ସସପେଣ୍ଡ କରିଛନ୍ତି ବାଚସ୍ପତି ଓମ ବିର୍ଲା। ଏହାପୂର୍ବରୁ ଗତକାଲି ୭୮ ଜଣ ସାଂସଦ ସସପେଣ୍ଡ ହୋଇଥିଲେ । ତେବେ ଏଯାବତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଲୋକସଭାରେ ଚାଲିଥିବା ଶୀତକାଳୀନ ଅଧିବେଶନକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । 

parliament-ନିଲମ୍ବନକୁ ବିରୋଧ କରି ସାଂସଦମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ । ସରକାରଙ୍କ ଏକଛତ୍ରବାଦ ଶାସନ ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ କରିଛି କଂଗ୍ରେସ ।

ଅନ୍ୟମାନଙ୍କୁ ଜଣାନ୍ତୁ।